
ଖୋର୍ଦ୍ଧା,17 ନଭେମ୍ବର (ହି.ସ.)ଆସନ୍ତା ବର୍ଷ ଫେବୃଆରୀ ୧୫ରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଜାଗର ଯାତ୍ରା ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ ଅନୁଷ୍ଠିତ ହୋଇଥାଏ।ହେଲେ ୨୦୧୬ ମସିହାରୁ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ ବନ୍ଦ ହୋଇଯାଇଛି। ମାନ୍ୟବର ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାପ୍ରଭୁଙ୍କ ଚଉଦ ନୀତିରୁ ଗୋଟିଏ ପରେ ଗୋଟିଏ ନୀତି ବନ୍ଦ ହୋଇଯାଇଛି। ଏପରିକି ବର୍ତ୍ତମାନ ଚାରୋଟି ନୀତି ରହିଛି। ତେଣୁ ବନ୍ଦ ହୋଇଯାଇଥିବା ନୀତି ଗୁଡ଼ିକୁ ପୁନର୍ବାର ପାଳନ କରିବା ପାଇଁ ସୋମବାର ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ହୃଷୀକେଶ ବେହେରା, ସୈ।ଦାମିନୀ ସାମଲ, ଗିରିଜା ଶଙ୍କର ମହାପାତ୍ର, ଅଶୋକ କୁମାର ମହାରଣା, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଓ ପତିତପାବନ ପଣ୍ଡା ପ୍ରମୁଖ ହିନ୍ଦୁ ଦେବୋତ୍ତର ବିଭାଗ କମିଶନରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ