ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଫୁଲବାଣୀରେ ବିଭିନ୍ନ କ୍ରୀଡା କ୍ଷେତ୍ର, ବିଦ୍ୟାପୀଠ ଓ ପର୍ଯ୍ୟଟନସ୍ଥଳ ପରିଦର୍ଶନ
Minister Suryabansi Suraj Visits many places in Phulbani
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଫୁଲବାଣୀରେ ବିଭିନ୍ନ କ୍ରୀଡା କ୍ଷେତ୍ର, ବିଦ୍ୟାପୀଠ ଓ ପର୍ଯ୍ୟଟନସ୍ଥଳ ପରିଦର୍ଶନ


କନ୍ଧମାଳ, ୧୭ ନଭେମ୍ବର (ହି.ସ.)- , ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କନ୍ଧମାଳ ଗସ୍ତରେ ଆସି ଆଜି ପ୍ରଥମେ ଏକତା ପଦଯାତ୍ରାରେ ଯୋଗଦାନ କରି ପରେ କନ୍ଧମାଳ ଷ୍ଟାଡିୟମ, ଇଣ୍ଡୋର ଷ୍ଟାଡିଅମ, ସଂସ୍କୃତ ବିଦ୍ୟାପୀଠ, ଉର୍ମାଗଡ ଆଦି ଜାଗା ପରିଦର୍ଶନ କରି ଅଧିକାରୀମାନଙ୍କ ସହିତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ, କନ୍ଧମାଳ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ହରିଶ ବିସି, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର, ଭାଜପା କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ଜିଲ୍ଲା କ୍ରିଡା ଅଧିକାରୀ ସମୀର କୁମାର ନାଏକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande