
ଖୋର୍ଦ୍ଧା, 17 ନଭେମ୍ବର (ହି.ସ.)ଖୋର୍ଦ୍ଧା ଜିଲ୍ଲା ଯୁବ ବ୍ୟାଡମିଣ୍ଟନ ଅସୋସିଏସନ୍ ଆନୁକୁଲ୍ୟରେ ଆସନ୍ତା ୨୨ ଓ ୨୩ ନଭେମ୍ବର ୨୦୨୫ ରେ ଗରିମାମୟ ୯ମ ରାଜ୍ୟ ସ୍ତରୀୟ ଖୋର୍ଦ୍ଧା କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୋର୍ଦ୍ଧା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଏହି କ୍ରୀଡା ମହୋତ୍ସବରେ ମୋଟ ପୁରସ୍କାର ରାଶି ୬୦,୦୦୦ ଟଙ୍କା ଘୋଷଣା କରାଯାଇଛି, ଯାହା ରାଜ୍ୟର ଯୁବ କ୍ରୀଡାପ୍ରତିଭାଙ୍କୁ ଉତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଭାଶାଳୀ ବ୍ୟାଡମିଣ୍ଟନ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ଯାଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଯୁବକ ମାନଙ୍କୁ ସୁସଂଗଠିତ କ୍ରିଡ଼ା ମଞ୍ଚ ମାଧ୍ୟମରେ ଦେଶର ନୂତନ ପ୍ରତିଭା ଭାବରେ ଉଦୀୟମାନ ହେବାରେ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର କ୍ରୀଡା ପରିବେଶକୁ ଉତ୍ସାହିତ କରିବ। ସଂଘର ସମ୍ପାଦକ ରାଜେଶ ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ