ଓଜେୟୁ ପକ୍ଷରୁ ଜାତୀୟ ପ୍ରେସ ଦିବସ : ମୁକ୍ତ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସାମ୍ବାଦିକଙ୍କ ପାଇଁ ବଡ଼ ଆହ୍ୱାନ
କେନ୍ଦୁଝର, ୧୭ ନଭେମ୍ବର(ହି.ସ.) – ଓଡିଶା ସାମ୍ବାଦିକ ସଂଘ କେନ୍ଦୁଝର ଶାଖା ପକ୍ଷରୁ ରବିବାର ସନ୍ଧ୍ୟାରେ କାଳୀତିର୍ଥ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବିକାଶରେ
Press day at keonjhar


କେନ୍ଦୁଝର, ୧୭ ନଭେମ୍ବର(ହି.ସ.) – ଓଡିଶା ସାମ୍ବାଦିକ ସଂଘ କେନ୍ଦୁଝର ଶାଖା ପକ୍ଷରୁ ରବିବାର ସନ୍ଧ୍ୟାରେ କାଳୀତିର୍ଥ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବିକାଶରେ ଗଣମାଧ୍ୟମ ପ୍ରତିନିଧୂଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ ବୋଲି କହିଥିଲେ। ଜିନ୍ଦଲ ଷ୍ଟିଲ ବଡବିଲର କର୍ପୋରେଟ୍ ଆଫାୟର୍ସ ମୁଖ୍ୟ ଚୌଧୁରୀ ପ୍ରଣବାନନ୍ଦ ଦାସ, ସମାଜସେବୀ ସେବତୀ ସିଂହ ଓ ବରିଷ୍ଠ ନାଗରିକ ରାମ ନାରାୟଣ ଦ୍ୱିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକସ୍ଥିତିରେ ମୁକ୍ତ ଓ ନିରପେକ୍ଷ ଖବର ପରିବେଷଣ ପ୍ରତ୍ୟେକ ସାମ୍ବାଦିକଙ୍କ ପାଇଁ ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ସେତିକି ଜଟିଳ ହୋଇପଡିଛି ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡିଶା ସାମ୍ବାଦିକ ସଂଘ କେନ୍ଦୁଝର ଶାଖା ସଭାପତି ମଳୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ସଂଘର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଜାତୀୟ ପ୍ରେସ ଦିବସ ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ଓ ସାମ୍ବାଦିକ ମାନଙ୍କୁ ଶୁଭେଛା ଜ୍ଞାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ଜ୍ଞାନ ରଞ୍ଜନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ‘ମୁକ୍ତ ଓ ନିରପେକ୍ଷ ସାମ୍ବାଦିକତା ଗଣତନ୍ତ୍ରର ମୂଳଦୁଆ’ ଶୀର୍ଷକ ଆଲୋଚନାଚକ୍ରରେ ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତୀ, ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର ଓ ସଂଗ୍ରାମ ଦାସ, ମିଳନୀ ସାହିତ୍ୟ ସଂସଦ ସମ୍ପାଦକ ଡ. ଚିତ ମିଶ୍ର, ରୋଟାରିଆନ ଦେବବ୍ରତ ସ୍ୱାଇଁ, ସିଟିଜି ଫାଉଣ୍ଡେସନ ପ୍ରତିଷ୍ଠାତା ରାଜେନ୍ଦ୍ର ପଲେଇ, ପ୍ରେସ କ୍ଲବ ସଭାପତି ଜୟକୃଷ୍ଣ ପଣ୍ଡା, ସାମ୍ବାଦିକ ଦେବାଶିଷ ମିଶ୍ର, ଦିଲ୍ଲୀପ କୁମାର ସାହୁ, ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ ଅବସରରେ ଖଣି ସମୃଦ୍ଧ କେନ୍ଦୁଝରର ବିକାଶ ପାଇଁ ଗଣମାଧ୍ୟମ ପ୍ରତିନିଧୂ ଓ ଆଇନଜୀବୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ଦୀର୍ଘବର୍ଷ ଧରି ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ରଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ଉପହାର ଦେଇ ସ୍ୱତନ୍ତ୍ର ଭାବେ ସମ୍ବନ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଉପନଗରପାଳ ବରଦା ପ୍ରସନ୍ନ ଦାସ, ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା, ବରିଷ୍ଠ ଆଇନଜୀବୀ ଜ୍ଞାନେନ୍ଦ୍ରନାଥ ଜେନା, ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରର ଅଧ୍ୟାପକ ଭାବଗ୍ରାହୀ ମିଶ୍ର ଓ ଜେନାମଣୀ ସାହୁ, ବିନୋଦ ବିହାରୀ ନାୟକ, ସୁନେଶ ଧୀର, ଜିଲା ଓକିଲ ସଂଘ ସଭାପତି ଆଲୋକ କୁମାର ମହାନ୍ତ ଓ ସମ୍ପାଦକ ଅକ୍ଷୟ କୁମାର ଜେନା, ଘରୋଇ ବସ୍ ମାଲିକ ସଂଘ ସଭାପତି ସିଂଘାଦ୍ରି ବିହାରୀ ସାହୁ ଓ ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ନାଗରିକ ଭରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ଏ.ଆର. ଖାନ, ନରେଶ ପଟ୍ଟନାୟକ, ତାପସ ରଥ, ପ୍ରଦୀପ କୁମାର ମହାନ୍ତି, ସଂଗ୍ରାମ ପଟ୍ଟନାୟକ, ଶରତ ଜେନା, ପୂର୍ଣଚନ୍ଦ୍ର ପଟ୍ଟନାୟକ, ଦେବବ୍ରତ ପାଢ଼ୀ, ସତ୍ୟଜିତ ମିଶ୍ର,ତନ୍ମୟ ପାଲ, ଇଂ ଇଶାନ ଇଶ୍ୱର ନାୟକ, ଦେବୀଶଙ୍କର ଦାଶ, ଉତମ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande