
ନୂଆପଡ଼ା,୧୭ ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ତରଫରୁ ଆଜି “ସାଇବର ନିର୍ଯାତନାର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ” ଶୀର୍ଷକ ଉପରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ସାହୁ ସଭା ଉଦଘାଟନ କରି ସାଇବର ନିର୍ଯାତନାର ବୃଦ୍ଧି ଓ ସଚେତନତା ଉପରେ ଉଦବୋଧନ ଦେଇଥିଲେ । ନୃତତ୍ତ୍ୱ ବିଭାଗର ଗବେଷିକା ଅନୁରାଧା ଜେନା ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାଇବର ବୁଲିଂର ପ୍ରଭାବ ଓ ତାହାର ସମାଜିକ ଦିଗ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେେ ।
ଡ଼. ଶିବ କୁମାର, ଡ଼. ସୁରେନ୍ଦ୍ର କଲେତ, ବନିତା ସେଠୀ, ଡ଼. ଶିବ ବାବୁ, ପ୍ରଳୟ ମହାନ୍ତି, ଚୁମନ ଦଣ୍ଡସେନା, ଡ଼ ଲିଙ୍ଗରାଜ ସାହୁ, ପ୍ରବୀଣ ପଟନାୟକ, ଚିଣ୍ଟୁ ଭୋଇ, କୁନାଲ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନୋବଜ୍ଞାନର ଅଧ୍ୟାପକ ଚନ୍ଦ୍ରକାନ୍ତ ଦାସ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପିକା ପ୍ରୀତିପ୍ରଜ୍ଞା ଖମାରି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ