ଓସ୍ତପୁର ଗ୍ରାମପଂଚାୟତ ବରିଷ୍ଠ ନାଗରିକ ମଞ୍ଚର ବୈଠକ
କେନ୍ଦ୍ରାପଡ଼ା, ୧୭ ନଭେମ୍ବର(ହି.ସ.) – ରବିବାର ଅପରାହ୍ନ ତିନି ଘଟିକା ସମୟରେ ଓସ୍ତପୁର ଗ୍ରାମ ପଂଚାୟତ ବରିଷ୍ଠ ନାଗରିକ ମଂଚର ଦ୍ୱିତୀୟ ବୈଠକ ଓସ୍ତପୁର ତାରିଣୀ ମନ୍ଦିର ନିକଟସ୍ଥ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୨୬ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଅବସର ପ୍ରାପ୍ତ ଉପ
ଓସ୍ତପୁର ଗ୍ରାମପଂଚାୟତ ବରିଷ୍ଠ ନାଗରିକ ମଞ୍ଚର ବୈଠକ


କେନ୍ଦ୍ରାପଡ଼ା, ୧୭ ନଭେମ୍ବର(ହି.ସ.) – ରବିବାର ଅପରାହ୍ନ ତିନି ଘଟିକା ସମୟରେ ଓସ୍ତପୁର ଗ୍ରାମ ପଂଚାୟତ ବରିଷ୍ଠ ନାଗରିକ ମଂଚର ଦ୍ୱିତୀୟ ବୈଠକ ଓସ୍ତପୁର ତାରିଣୀ ମନ୍ଦିର ନିକଟସ୍ଥ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୨୬ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଅବସର ପ୍ରାପ୍ତ ଉପନିରିକ୍ଷକ ତଥା ନାଗରିକ ମଂଚର ସଭାପତି ମଧୁସୂଦନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ କୈଳାଶ ଚନ୍ଦ୍ର ସ୍ୱାଇଁ ମଂଚର ସଂଯୋଜକ ଭାବେ ସଭାରେ ଯୋଗଦାନ କରିଥିଲେ । ସଭାପତି ଶ୍ରୀ ରାଉତ ଅନୁରୋଧ କ୍ରମେ ମଂଚର ସମ୍ପାଦକ ହରେକୃଷ୍ଣ ପତି ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ପରେ ବରିଷ୍ଠ ନାଗରିକମାନଙ୍କର ଲୋକାଭିମୁଖି କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇଁ ୨୫ ଜଣଙ୍କ ଠାରୁ ଫର୍ମ ସଂଗ୍ରହ କରାଯାଇ ଆଇଆଇସି ସଦର ଥାନା କେନ୍ଦ୍ରାପଡା କାର୍ଯ୍ୟାଳୟରେ ଦାଖଲ ପାଇଁ ସ୍ଥିର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande