ପଡ଼ିଆବାହାଲ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘର ନୂତନ କାର୍ଯ୍ୟକର୍ତା ମନୋନୀତ
ସମ୍ବଲପୁର, ୧୭ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ପୁନଃ ସକ୍ରିୟ ହୋଇ ଏହାର ପରିଚାଳନା ପାଇଁ ନୂତନ କାର୍ଯ୍ୟକର୍ତା ଚୟନ କରାଯାଇଛି। ବେଣୁଧର ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସଙ୍ଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇ ପଡିଆବ
ପଡ଼ିଆବାହାଲ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘର ନୂତନ କାର୍ଯ୍ୟକର୍ତ୍ତା ମନୋନୀତ


ସମ୍ବଲପୁର, ୧୭ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ପୁନଃ ସକ୍ରିୟ ହୋଇ ଏହାର ପରିଚାଳନା ପାଇଁ ନୂତନ କାର୍ଯ୍ୟକର୍ତା ଚୟନ କରାଯାଇଛି। ବେଣୁଧର ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସଙ୍ଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇ ପଡିଆବାହଲର ବିକାଶ, ସାମାଜିକ ସେବା ଓ ଶୃଙ୍ଖଳିତ ପଡିଆବାହାଲ ଗଠନ ପାଇଁ ନିଷ୍ପତି ନିଆଯାଇଥିଲା। ଏହାର ପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ବେଣୁଧର ତ୍ରିପାଠୀ ସଭାପତି, ଆନନ୍ଦ କୁମାର ପଣ୍ଡା ଉପସଭାପତି, ନନ୍ଦକିଶୋର ସାହୁ ସାଧାରଣ ସମ୍ପାଦକ, ଅମୂଲ୍ୟ ପୂଜାରୀ ସହ-ସମ୍ପାଦକ ଓ ସମ୍ବିତ କୁମାର ବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏହି ଅବସରରେ ହରିହର ନାୟକ, ଝସକେତନ ନାୟକ, ବରୁଣ କୁମାର ସାହୁ, ସୁବୋଧ କୁମାର ନାୟକ, ରାଧାମୋହନ ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ଦେବାନନ୍ଦ ଭୁସାଗର, ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ରୋହିତ ମେହେର, ନରେନ୍ଦ୍ର ବାରିକ, ଲୋକନାଥ ପଣ୍ଡା, ଦୀପକ ବାରିକ, କିଶୋର ବେହେରା, ପ୍ରଦୀପ ମେହେର, ତାପସ ରଞ୍ଜନ ମହାପାତ୍ର, ମଳୟ କୁମାର ନାୟକ ଓ ପ୍ରଦୀପ ମେହେରଙ୍କ ସମେତ ୭ ଜଣଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିବା ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande