
ଜୟପୁର, 17 ନଭେମ୍ବର (ହି.ସ.)
ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଅପରାହ୍ନ ରେ ସେବା କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଜରୁରୀ ବୈଠକ ଶ୍ରୀ ବସନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରମିକ ନେତା ଏବଂ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଆବାହକ ଶ୍ରୀ ପ୍ରମୋଦ କୁମାର ମହାନ୍ତି କହିଛନ୍ତି ଯେ ପି ଏଫ୍ , ଗ୍ରାଚ୍ୟୁଇଟି , ବକେୟା ପାଉଣା ପାଇଁ ଦୀର୍ଘ ୫୧୦ ଦିନ ଧରି ଶ୍ରମିକ ମାନେ କାରଖାନା ମେନ୍ ଗେଟ୍ ପାର୍ଶ୍ଵରେ ଧାରଣା ଦେଇ ଆସୁଛନ୍ତି। କାରଖାନା ଜୁଲାଇ ୨୦୨୪ ରୁ ବନ୍ଦ। ଗତ ତିନି ମାସ ହେଲା ଅଫିସର୍ ମାନେ କେହି ଆସୁ ନାହାଁନ୍ତି। ସପ୍ତାହରେ ଦୁଇ ତିନି ଦିନ କେବଳ ଏଚ୍ ଆର୍ ହେଡ କାରଖାନା କୁ ଆସୁଛନ୍ତି। ଶ୍ରମିକ ମାନେ ବହୁତ କମ୍ ସଂଖ୍ୟକ ଯାଉଛନ୍ତି। ୟୁନିଟ୍ ହେଡ ତିନି ମାସ ହେଲା ନାହିଁ ।
ପ୍ରାୟ ଷାଠିଏ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶ୍ରମିକ ଓ ଠିକା ଶ୍ରମିକ ମୃତ୍ୟୁ ବରଣ କଲେଣି। ଆନ୍ଦୋଳନ କୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ଶ୍ରମିକ ମାନେ ପ୍ରତିଦିନ ଏକ ଘଣ୍ଟା ଧାରଣା ଦେଉଛନ୍ତି। ଗତ ଅଗଷ୍ଟ ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ କାଗଜ କଳ ପାଖ ଦେଇ ବାଙ୍କବିଜା ପଡ଼ିଆ ସାଧାରଣ ସଭାରେ ଘୋଷଣା କଲେ ଯେ , କାଗଜ କଳ କୁ ଚଲେଇବା ପାଇଁ ସବୁ ଉଦ୍ୟମ କରାଯିବ । କିନ୍ତୁ କୈ।ଣସି ବିଷୟ ସ୍ପଷ୍ଟ ହେଉନାହିଁ । ଏଣୁ ସଭାରେ ସମସ୍ତେ ମିଳିତ ଭାବେ ସ୍ଥିର କରିଛନ୍ତି ଯେ କାରଖାନା ପାର୍ଶ୍ଵରେ ଚାଲିଥିବା ଧାରଣା ଜାରି ରହିବ , ଯେଉଁ ଅବସରପ୍ରାପ୍ତ ଶ୍ରମିକ ମାନେ ପେନସନ ପାଇଲେଣି ସ୍ଵେଛାରେ ପ୍ରତି ମାସ ପେନସନ ରୁ ଏକ ଶହ ଟଙ୍କା ସଂଗ୍ରାମ ପାଣ୍ଠିକୁ ଦେବେ , ଯଦି ଡିସେମ୍ବର ମାସ ସୁଦ୍ଧା କିଛି ହେଉନାହିଁ ତାହେଲେ ୨୦୨୬ ଜାନୁଆରୀ ଏକ ତାରିଖରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକ ପାଖରେ ପ୍ରତିଦିନ ସକାଳ ଘ:୧୦ ରୁ ଘ:ଏଗାର ପର୍ଯ୍ୟନ୍ତ ଦଣ୍ଡାୟମାନ ଧାରଣା ଆରମ୍ଭ ହେବ । ଜୟପୁର ର ସମସ୍ତ ରାଜନୈତିକ ଦଳ, ଜନପ୍ରତିନିଧି, ଶ୍ରମିକ ସଂଗଠନ ଓ ବିଭିନ୍ନ ସଂଗଠନ ମାନଙ୍କ ସହଯୋଗ ଲୋଡି ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଆଜିର ବୈଠକରେ ସର୍ବଶ୍ରୀ ସୁବାଷ ବେହେରା , ସରୋଜ ପଣ୍ଡା , ଭୀମସେନ ହୋତା, ଧ୍ରୁବ ମଲ୍ଲିକ, ଭାସ୍କର ମିଶ୍ର, ଚକ୍ରଧର ମଲ୍ଲିକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି