
ଜୟପୁର , 17 ନଭେମ୍ବର (ହି.ସ.) ଜୟପୁର ବ୍ଲକ ସ୍ତରିୟ ପରବ ପାଳନ ନେଇ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଟିତ ହୋଇଛି । ବ୍ଲକ ସଭାଗୃହରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଜୟପୁର ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦଙ୍କ ସହ ପରବ କମଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆସନ୍ତା ୩୦ ତାରିଖରେ ବ୍ଲକ ସ୍ତରିୟ ପରବ ଶୁଭ ଉଦଘାଟନ ହେବ । ଚଳିତ ବର୍ଷ ମା ଜଗତଜନନି ମନ୍ଦିରରେ ଶୁଭ ଉଦଘାନ ହେବ । ମା ଙ୍କ ନିକଟରେ ପୁଜା ପାଠ ପରେ ମଶାଲ ଶୋଭାଯାତ୍ରା ବାହାରିବ । ବ୍ଲକ ସ୍ତରିୟ ପରବ ନେଇ ୧୨ ଟି ଗଠନ କରାଯାଇଛି । ଜୟପୁର ବ୍ଲକ ସ୍ତିରୟ ପରବ ଯେପରି ଧୁମ ଧାମ ରେ ହୋଇ ପାରିବ ସେ ନେଇ ନିଷ୍ପତ୍ତି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି