ଐତିହାସିକ ସେନାପତିଆ ପୋଖରି ଜବରଦଖଲମୁକ୍ତ ଓ ସରକାରୀ ଖାତାକୁ ଫେରିଲା ପରେବି ଏବେ ପୁଣି ଜବରଦଖଲ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ଭଦ୍ରକ, ୧୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକ ଦୋବଲ ନିକଟସ୍ତ କିମ୍ବଦନ୍ତୀ ତଥା ଐତୀହାସିକ ସେନାପତିଆ ପୋଖରୀ ଜବର ଦଖଲ ଥିବା ବେଳେ ଦୀର୍ଘବର୍ଷପରେ ତାହା ସରକାରୀ ଖାତାକୁ ଫେରିଥିଲେ ସୁଦ୍ଧା ଏବେବି ଜବର ଦଖଲ ଘେର ରେ ରହିଛି। ସୁଚନା ଥାଉକି ଦୀର୍ଘ ଦିନ - ହେଲା ଭଦ୍ରକ ଅତିରିକ୍ତ ଜିଲ
SENAPATIA POKHARI JABARDAKHAL MUKTA


ଭଦ୍ରକ, ୧୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକ ଦୋବଲ ନିକଟସ୍ତ କିମ୍ବଦନ୍ତୀ ତଥା ଐତୀହାସିକ ସେନାପତିଆ ପୋଖରୀ ଜବର ଦଖଲ ଥିବା ବେଳେ ଦୀର୍ଘବର୍ଷପରେ ତାହା ସରକାରୀ ଖାତାକୁ ଫେରିଥିଲେ ସୁଦ୍ଧା ଏବେବି ଜବର ଦଖଲ ଘେର ରେ ରହିଛି। ସୁଚନା ଥାଉକି ଦୀର୍ଘ ଦିନ - ହେଲା ଭଦ୍ରକ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ବିଚାରାଧୀନ ଅବସ୍ଥାରେ ଥ?ିବା ଐତିହାସିକ ସେନାପତିଆ ପୋଖରୀଆଡି ସରକାରୀ ଖାତାକୁ ଫେରିଛି। ଏନେଇ ଅତିରିକ୍ତ ଜିଲାପାଳଙ୍କ କୋର୍ଟ ଏହି ରାୟ ଶୁଣାଣି କରିଥିଲେ । କିମ୍ବଦନ୍ତିପୂର୍ଣ୍ଣ ତଥା ଐତିହାସିକ ସେନାପତିଆ ପୋଖରୀ ଆଡିର ପ୍ଲଟ ନମ୍ବର ୩୯୧୨ ଜଳଭାଗ ଏ୧୧.୧୩ଡି ଏବଂ ପଶ୍ଚିମ ପାଖ ଆଡି ପ୍ଲଟ ନମ୍ବର ୩୯୧୦ ୪.୫୫ଡି ସରକାରୀ ରକ୍ଷିତ ଖାତାରେ ଥ?ିବା ବେଳେ ଏହାର ପୂର୍ବ ପାଖ ଆଡି ଖାତା ୧୩୦୩/୩୧୮ ପ୍ଲଟ ନମ୍ବର ୩୯୧୩ ଏ୫. ୮୮ଡି ମୌଲାନା ସୟଦି ଗୋଲାମ ମହମ୍ମଦ କାଦିର ହବିବ ଙ୍କ ନାମରେ ଥିଲା । ସେଥିମଧ୍ୟରୁ କାଦିର ୪୦ ଡିସମିଲ ନେଇ ଥିଲେ।ଯାହାର ଖାତା ନମ୍ବର ୧୩୦୩/୬୫୦ , ପ୍ଲଟ ନମ୍ବର ୩୯୧୩/୪୮୧୫ ବେଲମଳା ଗ୍ରାମର ସାଗରିକା ରାଉତ ସ୍ୱାମି-ବିଚିତ୍ର ସ୍ୱାଇଁ ଙ୍କୁ ବିକ୍ରୟ କରିଥିଲେ । ଉକ୍ତ ପୋଖରୀ ଆଡି ବେଲମଳା ସମେତ ସ୍ଥାନୀୟ ଲୋକ ମାନେ ଚଳପ୍ରଚଳ କରୁଥିଲେ ଫଳରେ ଗ୍ରାମବାସୀ ଙ୍କ ଉଦ୍ୟମ ଫଳରେ ୨୦୦୭ ମସିହାରେ ଧାମନଗର ତହସିଲଦାରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତହସିଲଦାର ଉକ୍ତ ଘଟଣାର ସମସ୍ତ କାଗଜପତ୍ର ଯାଂଚ କରିବା ପରେ ୨୦୦୮ ମସିହାରେ ଉଭୟ ପଟାଧାରୀ ଙ୍କ ପଟା କୁ ରଦ୍ଦ କରି ଉକ୍ତ ଆଡି କୁ ସରକାରୀ ରକ୍ଷିତ ଖାତାକୁ ନେଇଥିଲେ। ଫଳରେ ଉଭୟ ପଟା ଧାରୀ ତହସିଲଦାରଙ୍କ ରାୟ ବିରୋଧରେ ଭଦ୍ରକ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ଅପିଲ କରିଥିଲେ। ଏହି ମାମଲାରେ ବେଲମଳା ଗ୍ରାମବାସୀଙ୍କୁ ଅତିରିକ୍ତ ଜିଲାପାଳ ସରକାରୀ ପକ୍ଷଭୁକ୍ତ କରିବାକୁ ସମ୍ପୃକ୍ତ ପଟାଧାରୀ ୨୦୦୮ ମସିହାରେ ହାଇକୋର୍ଟରୁ ଏକ ରହିତାଦେଶ ଆଣିଥିଲେ। ଏହି ରହିତାଦେଶ ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ବଳବତର ରହି ୨୦୧୬ ମସିହା ଫେବୃଆରୀ ମାସରେ ମାମଲାର ଶୁଣାଣି କରାଯାଇ ରହିତାଦେଶଟି ଉଠାଇ ଦିଆଯାଇଥିଲା। ସେହିଦିନରୁ ଏହି ମାମଲା ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ବିଚାରାଧୀନ ଥିଲା। ଧାମନଗର ତହସିଲଦାରଙ୍କ ପୂର୍ବରୁ ଦେଇଥିବା ରାୟକୁ ଅତିରିକ୍ତ ଜିଲାପାଳଙ୍କ କୋର୍ଟ କାୟମରଖି ମାମଲାକୁ ଶୁଣାଣି କରିଥିଲେ । ଏହି ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ହେଲେ ସରକାରୀ ଖାତାକୁ ଜାଗା ଫେରିବାପରେ ଏବେ ପାଖା ପାଖି ୨ ଏକର ଜାଗା ପୁଣି ଜବର ଦଖଲ ରେ ରହିଛି । ପଟା ଫେରିଛି ମାତ୍ର ଜାଗା ଛାଡୁ ନାହାନ୍ତି। ଏବେ ସେହି ପୋଖରୀ ର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଦୁଇଦିନ ତଳେ ମଧ୍ୟ ଭଦ୍ରକ ଜିଲ୍ଲାପାଳ ସମେତ ଜିଲ୍ଲା ର ବିଭିନ୍ନ ବିଭାଗ ର ଅଧିକାରି ଆସି ପୋଖରୀ ର ଉନ୍ନତି କରଣ ପାଇଁ ସମିକ୍ଷା କରି ଫେରିଛନ୍ତି । ହେଲେ ପୋଖରୀ ର ର ଜବର ଦଖଲ ସମସ୍ୟା ହଟୁନାହିଁ। ଏ ନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଂଚଳବାସିମାନେ ଦାବି କରିଛନ୍ତି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande