
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ବିଶ୍ୱ ଦକ୍ଷତା କେନ୍ଦ୍ର ଓ ସିଟିଟିସି ଠାରେ ସୋମବାର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଲେକଟ୍ରୋନିକ ଆଣ୍ଡ ହାଡୱେୟାର ଓ ଆଇଟି -ଆଇଟିଇଏସ୍ ଟ୍ରେଡ୍ ରେ ରେ ୫ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି ।
ଏହାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଉଚ୍ଚ ମଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମନିର୍ଦ୍ଦେଶକ ଶ୍ରୀମତୀ ବିନୀତା ସେନାପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ହାସଲ କରିବା ଦିଗରେ ପ୍ରେରଣା ପ୍ରଦାନ କରିବା ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶାଳୟ ଉପନିର୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡବ୍ଲୁଏସସି ପକ୍ଷରୁ ଅଧ୍ୟକ୍ଷ ଟି ଥମ୍ବୀ ରାଜା ଯୋଗ ଦେଇଥିଲେ କ୍ଷ
ସେହିପରି ସିଟିଟିସି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ସିଟିଟିସି ର ପରିଚାଳନ ନିର୍ଦ୍ଦେଶକ ଏଲ ରାଜଶେଖର, ସତ୍ୟ ନାରାୟଣ ମିଶ୍ର ତଥା ନିର୍ଦ୍ଦେଶାଳୟର ରିସଚ୍ଚର୍ ଆସିଷ୍ଟାଂଟ ସ୍ମିତାରେଖା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ
ସୂଚନାଯୋଗ୍ୟ , ଏହି ଆବାସିକ ପ୍ରଶିକ୍ଷଣ କର୍ଯ୍ୟକ୍ରମରେ ଡବ୍ଲୁଏସସି ଠାରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରୁଥିବା ବେଳେ ସିଟିଟିସି ଠାରେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନେ ଏହି ପ୍ରଶିକ୍ଷଣ ମାଧ୍ୟମରେ ନିଜ ବିଷୟରେ ଜ୍ଞାନ ଅର୍ଜନ କରିବା ସହିତ ଏହାର ବ୍ୟବହାରିକ ଅଭିଜ୍ଞତା ହାସଲ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା