
ଭୁବନ, ୧୭ ନଭେମ୍ବର (ହି.ସ.)- ବ୍ରାହ୍ମଣୀ ନଦୀର ହିଙ୍ଗୁଳା ଘାଟରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଓ୍ବାର୍ଡ ନମ୍ବର ୧୨ ଅନ୍ତର୍ଗତ ଜଗନ୍ନାଥ ମଣ୍ଡପ ନିକଟସ୍ଥ ଦିଲ୍ଲିପ ପୋଥାଳଙ୍କ ପୁଅ ନରହରି ପୋଥାଳ । ନରହରି ଏକ ନାବାଳକକୁ ବଞ୍ଚାଇବାକୁ ଯାଇ ନିଜେ ଭୁଷା ବାଲିରେ ଖସି ଯାଇଥିଲେ । ଭୁବନ ଅଗ୍ନିଶମବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। ନରହରି ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ରେ +୩ କଳାର ଛାତ୍ର ଅଟନ୍ତି। ନରହରି ଦିଲ୍ଲୀପଙ୍କ ଏକ ମାତ୍ର ପୁଅ ଅଟନ୍ତି। ଭୁବନ ପୂର୍ବତନ ନଗରପାଳ ଶୁଭେନ୍ଧୁ ସାହୁ ନିଖୋଜ ଛାତ୍ରଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ଆଶ୍ୱାସନା ଦେବା ସହ ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ଓଡ୍ରାଫ ଟିମ ବ୍ୟବସ୍ଥା କରିଥିଲେ। ଗନ୍ଦିଆରୁ ସ୍କୁବା ଡ୍ରାଇଭର ପହଞ୍ଚି ବହୁ ଖୋଜା ଖୋଜି କରି ନିରାଶ ହୋଇ ଫେରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ