ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ
କେନ୍ଦୁଝର, ୧୭ ନଭେମ୍ବର (ହି.ସ.)- ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏଭଳି ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ଅନୁପ୍ରବେଶକାରୀ ବଙ୍ଗାଳୀ ପଠାଣମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପ୍ରତିବାଦରେ ବିଶ
Tommorow kjr band by vhp


କେନ୍ଦୁଝର, ୧୭ ନଭେମ୍ବର (ହି.ସ.)- ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏଭଳି ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ଅନୁପ୍ରବେଶକାରୀ ବଙ୍ଗାଳୀ ପଠାଣମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସମସ୍ତ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସରକାରୀ, ବେସରକାରୀ ସ୍କୁଲ୍, କଲେଜ, ଦୋକାନ, ବଜାର ଓ ଯାନବାହାନ ବନ୍ଦ ରହିବ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦର ନେତୃବୃନ୍ଦ । ଏନେଇ ଏକ ସ୍ମାରକପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଛି । ଗତ ୧୫ ତାରିଖରେ ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ଜଣେ ବଙ୍ଗାଳୀ ମୁସଲମାନ ଗିରଫ ହୋଇଛନ୍ତି । କେବଳ ଏତିକି ନୁହେଁ, ବଙ୍ଗାଳୀ ପଠାଣମାନେ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ହେବା ସହ, ଧଳା ଜହର ଆଦି ମାଦକ ଦ୍ରବ୍ୟ ମାଧ୍ୟମରେ ଯୁବପୀଢିଙ୍କୁ ବିପଥଗାମୀ କରୁଥିବା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପୂର୍ବରୁ ପୋଲିସ, ପ୍ରଶାସନକୁ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଅବଗତ କରାଯାଇଥିଲେ ସୁଦ୍ଧା, ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାର ପ୍ରତିବାଦରେ ଆସନ୍ତାକାଲି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande