
ମାଲକାନଗିରି, ୧୭ ନଭେମ୍ବର (ହି.ସ.)- ସ୍ଵାମୀ ବିବେକାନନ୍ଦ ଲୋକସଂସଦ, ଓଡ଼ିଶାର କଳା ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସମଗ୍ର ଓଡ଼ିଶାରେ କନିଷ୍ଠ ଓ ବରିଷ୍ଠ ବର୍ଗର ଚିତ୍ରାଙ୍କନ ପ୍ରତିଯୋଗିତା ଗତକାଲି ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ପାଞ୍ଚଗୋଟି ବ୍ଳକ୍ରେ ୭ଟି ପରୀକ୍ଷା କେନ୍ଦ୍ରରେ ଉଭୟ ବର୍ଗର ସମୁଦାୟ ୧୩୯୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀକୁ ନେଇ ଗଠିତ କନିଷ୍ଠ ବର୍ଗରେ ୭୨୧ ଜଣ ଓ ଷଷ୍ଠରୁ ଦଶମ ଶ୍ରେଣୀକୁ ନେଇ ଗଠିତ ବରିଷ୍ଠ ବର୍ଗରେ ୬୭୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକସଂସଦର ସଭାପତି ଡଃ. ରଞ୍ଜନ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରି, ମଙ୍ଗଳ ବିଭାଗ ଉଚ୍ଚବିଦ୍ୟାଳୟ ପଦ୍ମଗିରି, ମାଟେରୁ ସେବାଶ୍ରମ ପଡ଼ିଆ, ସରସ୍ଵତୀ ଶିଶୁ ମନ୍ଦିର ଏମ.ଭି.-୭୯, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଲିମେଳା, ସରକାରୀ ଉଚ୍ଚ ବିଦ୍ୟାଳୟ କାଲିମେଳା, ଆବାସିକ ଉଚ୍ଚ ବିଦ୍ୟାଳୟ ପଣସପୁଟ, ଚିତ୍ରକୋଣ୍ଡା ଠାରେ ଶାନ୍ତିଶୃଙ୍ଖଳାର ସହ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ଲୋକସଂସଦର ଜିଲ୍ଲା ସମ୍ପାଦକ ରବୀନ୍ଦ୍ରକୁମାର ମହାରଣା, କୋଷଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ନାୟକ, ମୋ ଗାଁ ପ୍ରମୁଖ ପିତାମ୍ବର ପାଣି, ଉପସଭାପତି ନବକିଶୋର ମଲ୍ଲିକ, ବିଚାରଧାରା ପ୍ରମୁଖ ପ୍ରଶାନ୍ତ ପରିଡ଼ା, ଯୁବସଂସଦ ପ୍ରମୁଖ ଡ଼ଃ. ପରମାନନ୍ଦ ମହାପାତ୍ର, ସାହିତ୍ୟ ଓ ପ୍ରକାଶନ ପ୍ରମୁଖ ପ୍ରବାସିନୀ ମହାପାତ୍ର, ସଦସ୍ୟ ଧ୍ରୁବ ଚରଣ ନାୟକ, ଅନୀଲ କୁମାର ସାହୁ, ଜଗନ୍ନାଥ ବଡ଼ନାୟକ, ସଦସ୍ୟା ଅଙ୍ଗୁରବାଳା ସ୍ୱାଇଁ, ପ୍ରତିମା ନାୟକ, ସାଧନାରାଣୀ ମଣ୍ଡଳ ପ୍ରମୁଖ ବିଭିନ୍ନ କେନ୍ଦ୍ରର ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବିଭିନ୍ନ କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ରାଜନୀକାନ୍ତ ନାୟକ, ସୁଶ୍ରୀ ନମିତା ମହାରଣା, କମିଟି ସଦସ୍ୟ ନିମାଇଁ ଚନ୍ଦ୍ର ପାଲ, ଦୀପକ ଦତ୍ତ, ତାରିଣୀ ଚରଣ ମହାନ୍ତି, ଲକ୍ଷ୍ମୀ ପ୍ରସାଦ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ୬ ଗୋଟି କେନ୍ଦ୍ରର ଉଭୟ ବର୍ଗର ୩୬ ଜଣ ଛାତ୍ରଛାତ୍ରୀଙ୍କୁ ଆଗାମୀ ୨୦୨୬ ମସିହା ଜାନୁଆରୀ ମାସ ୧୨ ତାରିଖ ସ୍ୱାମୀ ବିବେକାନାନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ