ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ : ସଂଘ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ, ଉଲ୍ଲେଖନୀୟ ସଫଳତା ପାଇଁ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ସମ୍ମାନିତ
ମାଲକାନଗିରି, ୧୭ ନଭେମ୍ବର (ହି.ସ.)- ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଗତକାଲି ସନ୍ଧ୍ୟାରେ କାଲିମେଳା ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ କାଲିମେଳା ବନ ବିଭାଗ ଅତିଥି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲ
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ,ସଂଘ ପକ୍ଷରୁ


ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ,ସଂଘ ପକ୍ଷରୁ


ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ,ସଂଘ ପକ୍ଷରୁ


ମାଲକାନଗିରି, ୧୭ ନଭେମ୍ବର (ହି.ସ.)- ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଗତକାଲି ସନ୍ଧ୍ୟାରେ କାଲିମେଳା ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ କାଲିମେଳା ବନ ବିଭାଗ ଅତିଥି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସୁଭାସିନୀ ସୋଡି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଅନ୍ୟତମ ଅତିଥି ଭାବେ କାଲିମେଳା ବିଡିଓ ପ୍ରଦୀପ କର, ତହସିଲଦାର ରାମକୃଷ୍ଣ ସତ୍ୟରାଜଗୁର, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଆମ୍ବୁସମ୍ୟାନ ନୃସିଂହ ଚରଣ ମହାନ୍ତି, ଥାନା ଅଧିକାରୀ ମୁକୁନ୍ଦ ମେଲକା,ରେଞ୍ଜର ବିଜୟ କୁମାର ନାୟକ, ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ଉପ ସଭାପତି ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ହୃଷିକେଶ ସେଠି, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, କାଲିମେଳା ବ୍ଲକ ସଭାପତି ସତ୍ୟ ନାରାୟଣ ସୁବୁଦ୍ଧି ପ୍ରମୁଖ ମଞ୍ଚାସିନ ଥିଲେ। ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି। ତେଣୁ ସମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ମାଡକାମୀ ମତବ୍ୟକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ସମାଜର ଜାଗ୍ରତ ପ୍ରହରୀ ତଥା ଚତୁର୍ଥ ସ୍ତମ୍ବ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମକୁ ନୈତିକତା ବଜାୟ ରଖିବାର ଆବଶ୍ୟକତା ରହିଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କହିଥିଲେ ଯେ, ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର । ସାମ୍ବାଦିକତା ହେଉଛି ଏକ ସମ୍ମାନଜନକ ବୃତ୍ତି, ସତ୍ୟ, ନିରପେକ୍ଷ, ଅନୁ ସଂଧାନମୂଳକ ସମ୍ବାଦ ପରିବେଷଣ କରି ସମାଜର ହିତ ସାଧନ କରନ୍ତୁ, ଆଜିର ସମୟରେ ସୋସିଆଲ ମିଡିଆର ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡିଛି, ନିରପେକ୍ଷ ଓ ସତ୍ୟଭିତ୍ତିକ ସମ୍ବାଦ ଦ୍ବାରା ଲୋକଙ୍କ ନିକଟତର ହୋଇପାରିବା ବୋଲି ମଧ୍ୟ ମତ ଦେଇଥିଲେ। ଚଳିତ ବର୍ଷ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷିରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଭଗବାନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷ ରେ କାଲିମେଳା ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ସୌରଭ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟ କରାଯିବା ସହ ଉଲେଖ୍ୟନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ଦୁର୍ଗା ପ୍ରସାଦ ପଟ୍ଟନାୟକ, ଗୋପୀ କୃଷ୍ଣ ପଟ୍ଟନାୟକଙ୍କୁ ସଂଘ ପକ୍ଷରୁ ସେମାନଙ୍କ ଉତ୍ତମ କାର୍ଯ୍ୟ ଓ ସାମ୍ବାଦିକତାରେ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହା ସହ ସତ୍ୟ ଖବର ପରିବେଷଣ ବେଳେ ଗିରଫ ହୋଇଥିବା ଲଢୁଆ ସାମ୍ବାଦିକ ବିକ୍ରମ ସ୍ୱାଇଁ, ଦୀପକ ମହାରଣା, ଅବିନାଶ ବେହେରା, ରାହୁଲ ଗୋଲାରି ପ୍ରମୂଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଆଇନଜୀବି ଲମ୍ବୋଧର ତୁରୁକ, ବନପାଳ ମୃତ୍ୟୁଞ୍ଜୟ ସେଠି, କନିଷ୍ଠ ଯନ୍ତ୍ରୀ ରାଜେଶ ସାମଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲକ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଲିମେଳା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମରେ ସଂଘର ୮୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande