ବିକ୍ରମଦେବ ବିଶ୍ବବିଦ୍ୟାଳୟ କୁ ମିଳିଲା ୪୦ ଏକର ଜମି ପଟ୍ଟା
ଜୟପୁର, 17 ନଭେମ୍ବର (ହି.ସ.)ବିକ୍ରମଦେବ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ କୁ ଗ୍ରୀନ ସିଗନାଲ ମିଳିବା ସହ ରଣ୍ତାପାଲିଠାରେ ଚିହ୍ନଟ ହୋଇଥିବା ୪୦ ଏକର ଜମିର ପଟ୍ଟା ଆଜି ଅତିରିକ୍ତ ତହସିଲଦାର ଅଫିସ ପକ୍ଷରୁ ରେଜିଷ୍ଟ୍ରାର ମହେଶ୍ବର ନାୟକଙ୍କୁ ପ୍ରଦାନ କରାଯାଇଛି। ସଦର ବ୍ଲକ ରଣ୍ତାପାଲି ମୌଜାରେ
ବିକ୍ରମଦେବ ବିଶ୍ବବିଦ୍ୟାଳୟ କୁ ମିଳିଲା ୪୦ ଏକର ଜମି ପଟ୍ଟା


ଜୟପୁର, 17 ନଭେମ୍ବର (ହି.ସ.)ବିକ୍ରମଦେବ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ କୁ ଗ୍ରୀନ ସିଗନାଲ ମିଳିବା ସହ ରଣ୍ତାପାଲିଠାରେ ଚିହ୍ନଟ ହୋଇଥିବା ୪୦ ଏକର ଜମିର ପଟ୍ଟା ଆଜି ଅତିରିକ୍ତ ତହସିଲଦାର ଅଫିସ ପକ୍ଷରୁ ରେଜିଷ୍ଟ୍ରାର ମହେଶ୍ବର ନାୟକଙ୍କୁ ପ୍ରଦାନ କରାଯାଇଛି।

ସଦର ବ୍ଲକ ରଣ୍ତାପାଲି ମୌଜାରେ ୪୦ ଏକର ରାଜସ୍ବ ବିଭାଗ ଜମି ରହିଥିଲା। ଏହା ବିକ୍ରମଦେବ ବିଶ୍ବବିଦ୍ୟାଳୟ ନୂଆ କ୍ୟାମ୍ପସ ପ୍ରତିଷ୍ଠା ଲାଗି ଚିହ୍ନଟ କରାଯାଇଥିଲା। ଗତ ଅଗଷ୍ଟ ୩୦ ତାରିଖରେ ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ପକ୍ଷରୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଏହି ଜମି ହସ୍ତାନ୍ତର ବାବଦରେ ଚିଠି କରାଯାଇଥିଲା। ରାଜସ୍ବ ବିଭାଗ ଅଧିନରୁ ଏହା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ଯାଇଥିଲା। ହସ୍ତାନ୍ତର ବାବଦ ମାମଲା ରେକର୍ଡ ସହ ଆରଏମସି (ରେଭେନ୍ୟୁ ମନିଟରି˚ ସେଲ) ରିପୋର୍ଟ ଦାଖଲ କରାଯାଇଥିଲା। ଦିଆଯାଇଥିବା ରେକର୍ଡର ଏକକିତା ଲେଖାଏଁ ନକଲ ଜୟପୁର ଉପଜିଲ୍ଲାପାଳ, ତହସିଲଦାର ଏବ˚ ବିକ୍ରମଦେବ ବିଶ୍ବବିଦ୍ୟାଳୟ ରେଜିଷ୍ଟାରଙ୍କୁ ପଠାଯାଇଥିଲା। ବର୍ତ୍ତମାନ ଜମି ବିଶ୍ବବିଦ୍ୟାଳୟ ନାମରେ ପଞ୍ଜିକରଣ ହେବା ପରେ ନୂଆ କ୍ୟାମ୍ପସ ପ୍ରତିଷ୍ଠା କାମ ଆରମ୍ଭ ହେବ।

ପ୍ରକାଶ ଥାଉକି ୨ ବର୍ଷ ପୂର୍ବେ ବିଶ୍ବବିଦ୍ୟାଳୟ ନୂଆ କ୍ୟାମ୍ପସ ଲାଗି ରଣ୍ତାପାଲି ମୌଜାର ସରକାରୀ ପଲିଟେକନିକ କଲେଜ ପାଖରେ ପ୍ରଥମେ ୭୩ ଏକର ଜମି ଚିହ୍ନଟ ହୋଇଥିଲା। ଯାଞ୍ଚ ପରେ ଏହା ୭୦ ଏକରକୁ ଖସିଥିଲା। ସେ ଭିତରେ ଥିଲା ୪୦ ଏକର ପତିତ ଏବ˚ ୩୦ ଏକର ଗୋଚର କିସମ। ଗୋଚର ଜମିରେ ଥିବା ଗଛ କାଟିବା ଲାଗି ବନ ବିଭାଗ କୁଆଡେ ଅନୁମତି ଦେଉନଥିବାରୁ ହସ୍ତାନ୍ତର ପ୍ରକିୟାରେ ଢିଲା ହୋଇଥିଲା। ୪୦ ଏକରରେ ବିଶ୍ବବିଦ୍ୟାଳୟ ହୋଇପାରିବ ବୋଲି ରାଜସ୍ବ ବିଭାଗ କର୍ମଚାରୀ ମାନେ ବିଭିନ୍ନ ବୈଠକରେ ମତ ଦେବା ପରେ ଏପ୍ରିଲ ୧୦ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିତ ତଥା କମିଶନର ବିଶ୍ବବିଦ୍ୟାଳୟ ପରିଦର୍ଶନ ବେଳେ ଅଧ୍ୟାପକ ନିଯୁକ୍ତି, ନୂଆ କ୍ୟାମ୍ପସ ନିର୍ମାଣ ଏବ˚ ଗବେଷଣା ବାବଦରେ ଆଲୋଚନା କରିଥିଲେ। ପିଜି, ଡିଗ୍ରୀ ଏବ˚ ସେଲ୍ଫଫାଇନାନ୍ସି˚ କୋର୍ସରେ ସିଟି ସ˚ଖ୍ୟା ବଢାଇବାକୁ ପରାମର୍ଶ ଦେଇଥିଲେ। ନୂଆ କ୍ୟାମ୍ପସ ଲାଗି ୭୦ ଏକର ଜମି ଦରକାର ବୋଲି ମତ ରଖି ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande