
କେନ୍ଦ୍ରାପଡ଼ା, ୧୭ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଆଂଚଳିକ ପରିବହନ ବିଭାଗ ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆର୍ଟିଓ ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଆଇକ୍ୟୁଏସିର ସଂଯୋଜକ ଡ଼ ଦୀପ୍ତି ରାୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଶୂନ୍ୟ ମୃତ୍ୟୁ ସଂପର୍କରେ ଆଲୋଚନା କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ୱ ୱାଇଆର୍ସି କର୍ମକର୍ତା, ଏନ୍ସିସି କର୍ମକର୍ତାମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଏହି ଉପଲକ୍ଷେ କୁଇଜ ପ୍ରତିଯୋଗିତା ଏବଂ ନାଟକ ପରିବେଷଣ କରାଯାଇଥିଲା। ସଡ଼କ ସୁରକ୍ଷା ବିଷୟରେ ଏକ ଭିଡିଓ ପ୍ରଦର୍ଶନ କରା ଯାଇଥିଲା। ଟ୍ରାଫିକ ଇନିସପେକ୍ଟର ରାଜ ନାରାୟଣ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଜିଲ୍ଲା ଅଧ୍ୟାପକ ବିକାଶ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି