
ଭୋଟ୍ ଚୋରି ଅଭିଯୋଗ ପ୍ରସଙ୍ଗ
-
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ପିସିସି ସଭାପତି ଭକ୍ତ ଦାସଙ୍କ ଭୋଟ ଚୋରି ଅଭିଯୋଗ ଉପରେ ବିଜେପି ସାଂସଦ ବଳଭଦ୍ର ମାଝୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୨୫୦ ନମ୍ବର ବୁଥରେ କଂଗ୍ରେସ ଲିଡ୍ କରିଛି । ଯେଉଁ ବୁଥରେ ଭୋଟ ଚୋରିର ଅଭିଯୋଗ ଆସୁଥିଲା ସେହି ବୁଥରେ କଂଗେସ ଲିଡ୍ କରିଛି। ଭୋଟ ଚୋରିର କଥା କହୁଛନ୍ତି କିନ୍ତୁ କଣ ପ୍ରଭାବ ପଡୁଛି ତାହା ସେ ତ ବୁଝି ଗଲେଣି। ଭୋଟ ଚୋରି ଅଭିଯୋଗ ଆଣିଥିଲେ ବି ନିର୍ବାଚନ କମିଶନଙ୍କ ପାଖରେ ସତ୍ୟପାଠ କାହିକିଁ ଦାଖଲ କରୁ ନାହାନ୍ତି । ଖାଲି ଭୋଟ ଚୋରି ଭୋଟ ଚୋରି କହିଲେ ହେବ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା