ଵିଏମସିର ପଳାଶୁଣି ଟ୍ରିଟମେଂଟ ପ୍ଲାଣ୍ଟରେ ଡ୍ରାଇଭର ଓ ହେଲପରଙ୍କ ଆନ୍ଦୋଳନ
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବିଏମସିର ପଳାଶୁଣି ଟ୍ରିଟମେଂଟ ପ୍ଲାଣ୍ଟରେ ଡ୍ରାଇଭର ଓ ହେଲ୍ପରଙ୍କ ଆନ୍ଦୋଳନ । ବକେୟା ଦରମା ନମିଳିବା କାରଣରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି କର୍ମଚାରୀ । ତେବେ ଏହି କର୍ମଚାରୀମାବେ ''ବେସିକ୍ସ'' ନାମକ ଏକ ଘରୋଇ ଏଜେନ୍ସି
ଵିଏମସିର ପଳାଶୁଣି ଟ୍ରିଟମେଂଟ     ପ୍ଲାଣ୍ଟରେ ଡ୍ରାଇଭର ଓ ହେଲପରଙ୍କ ଆନ୍ଦୋଳନ


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବିଏମସିର ପଳାଶୁଣି

ଟ୍ରିଟମେଂଟ ପ୍ଲାଣ୍ଟରେ ଡ୍ରାଇଭର ଓ ହେଲ୍ପରଙ୍କ ଆନ୍ଦୋଳନ । ବକେୟା ଦରମା ନମିଳିବା କାରଣରୁ

କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି କର୍ମଚାରୀ । ତେବେ ଏହି କର୍ମଚାରୀମାବେ 'ବେସିକ୍ସ' ନାମକ ଏକ ଘରୋଇ

ଏଜେନ୍ସି ଅଧୀନରେ ବିଏମସିର ସଫେଇ କରୁଥିବା ବେଳେ ଗଲା ଦୁଇମାସର ଦରମା ମିଳିନଥିବା ଅଭିଯୋଗ

କରିଛନ୍ତି । ଏଥିପାଇଁ ଆଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ସାମ୍ନାରେ ବସି ବିକ୍ଷୋଭ ପ୍ରଦର୍ଶନ

କରିଛନ୍ତି । ବିଏମସି ପକ୍ଷରୁ ବିଲ୍ ନହୋଇଥିବାରୁ ଦରମା ମିଳୁନଥିବା ଏଜେନ୍ସି କହୁଛି । ଦରମା

ମିଳିନଥିବା ଅଭିଯୋଗ କଲେ ଚାକିରୀ ଚାଲିଯିବା ଭୟ ଦେଖାଯାଉଛି । କିନ୍ତୁ ସକାଳରୁ ରାତି ପର୍ଯ୍ୟନ୍ତ

ଖରା ବର୍ଷା ଶୀତରେ କାମ କରୁଥିବା କର୍ମଚାରୀ ମାନେ ବିଏମସି ଓ ଏଜେନ୍ସି ଭିତରେ କାହିଁକି ପେଶୀ

ହେବେ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଖୁବଶୀଘ୍ର ବିଏମସି ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ

ଲୋଡ଼ିବା ସହ ଖୁବ ଶୀଘ୍ର ଦରମା ପ୍ରଦାନ କରାଯାଉ ନଚେତ କାମକୁ ଫେରିବୁ ନାହିଁ ବୋଲି ଚେତାବନୀ

ଦେଇଛନ୍ତି ସଫେଇ କର୍ମଚାରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande