
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ପୋଲିସକୁ ଗାଡି ଚେକିଂ ଓ ଜରିମାନା କ୍ଷମତା ପ୍ରଦାନକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ। ପୋଲିସକୁ ଏମ୍ଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି। ଯଦି ସରକାର ଏହି ନିୟମ ଲାଗୁ କରନ୍ତି ତେବେ ଆସନ୍ତା ୧ରୁ ବସ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ସଂଘ। ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ପରିବହନ ବିଭାଗ ଚେକିଂ କରୁ କିନ୍ତୁ ପୋଲିସକୁ କ୍ଷମତା ଦିଆନଯାଉ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା