
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଳିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍-ପରୀକ୍ଷଣ (ପ୍ରି ଟେଷ୍ଟ), ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ଦ୍ୱାରା ରାଜ୍ୟ ସରକାରଙ୍କ ମିଳିତ ସମନ୍ୱୟରେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ତହସିଲର ୨୦ଟିରାଜସ୍ୱ ଗ୍ରାମରେ ଓ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲର ୪୪ଟି ରାଜସ୍ୱ ଗ୍ରାମରେ ଏବଂ ଭୂବନେଶ୍ୱର ମହାନଗର ନିଗମ ୱାର୍ଡ ନଂ ୨୨ ଓ କଟକ ମହାନଗର ନିଗମ ୱାର୍ଡ ନଂ୧୭ରେ ନଭେମ୍ବର ୧୦ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।
ଏହି ସମୟ ଅବଧି ମଧ୍ୟରେ ଗଣନାକାରୀ ଆପଣଙ୍କ ଗୃହକୁ ପରିଦର୍ଶନ କରି ଗୃହରେ ନମ୍ବର ଦେବେ ଓ ଗୃହଗଣନା ତଥ୍ୟ ସଂଗ୍ରହ କରିବେ। ୨୦୨୭ ଜନଗଣନାର ବିଶେଷତ୍ୱ ହେଉଛି :ଡିଜିଟାଲ ତଥ୍ୟ ସଂଗ୍ରହ ଓ ସ୍ୱ-ଗଣନା ପୋର୍ଟାଲର ବ୍ୟବହାର କରି ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବାର ପ୍ରାବଧାନ ବା ସୁବିଧା ସହିତ ଡିଜିଟାଲ ଲେଆଉଟ ମ୍ୟାପିଂ ଆପରେ ପ୍ରତ୍ୟେକ ଘରକୁ ଜିଓ ଟ୍ୟାଗ କରାଯିବ ଓ ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯାଇ ପାରିବ ।
ଭାରତ ସରକାରଙ୍କ ମହା ରେଜିଷ୍ଟ୍ରାର ଓ ଜନଗଣନା ଆୟୁକ୍ତଙ୍କ ସୌଜନ୍ୟରୁ ଗଣନାକାରୀ ଜନସାଧାରଣଙ୍କ ଗୃହକୁ ପରିଦର୍ଶନ କରି – ଗୃହର ଅବସ୍ଥା,ଗୃହରେ ଥିବା ସୁବିଧା ସୁଯୋଗ, ପରିବାର ଦ୍ୱାରା ବ୍ୟବହୃତ ଉପକରଣ ଇତ୍ୟାଦିର ତଥ୍ୟ ସଂଗ୍ରହ କରିବେ ।ତେଣୁ,ଏହି କାର୍ଯକ୍ରମରେ ସ୍ଥାନୀୟ ପ୍ରଶାସନ ଓ କର୍ତବ୍ୟରତ ଜନଗଣନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିବା ସହ ଯେଉଁ ଅଞ୍ଚଳଗୁଡିକରେ ପ୍ରାକ୍-ପରୀକ୍ଷଣ କାର୍ଯ୍ୟକ୍ରମ ରହିଛି ସେହି ଅଞ୍ଚଳର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନିବେଦନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା