
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବିହାର ଗଲା
ସ୍ପେଶାଲ କ୍ରାଇମ ୟୁନିଟ । ରିମାଣ୍ଡରେ ଆସିବେ ବିହାରି ବନ୍ଧୁକ ମାଫିଆ । ୫ ଦିନିଆ ରିମାଣ୍ଡ
ପାଇଁ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ ।
ବନ୍ଧୁକ କାରବାର
ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ବିହାର ଯାଇଛି ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଟିମ । ଗତ
ଶନିବାର ବିହାର ବନ୍ଧୁକ ମାଫିଆ ଦିବ୍ୟାନ୍ସୁ କୁମାର ଓ ଚନ୍ଦନ କୁମାରଙ୍କୁ ଗିରଫ କରାଯାଇଥିଲା ।
ସେମାନଙ୍କ ନିକଟରୁ ସ୍ପେଶାଲ କାର୍ବାଇନ୍, ୫ଟି ମାଉଜର, ଗୁଳି ଆଦି ଜବତ କରାଯାଇଥିଲା । କାର୍ବାଇନ୍ ର ଦାମ ଦେଢ଼ ଲକ୍ଷ ଟଙ୍କା
ରେ ବିକ୍ରି ପାଇଁ ଯୋଜନା ହୋଇଥିବା ବେଳେ ମାଉଜର ଗୋଟାକୁ ୬୦ ରୁ ୭୦ ହଜାର ରେ ବିକ୍ରି ପାଇଁ
ଯୋଜନା ହୋଇଥିଲା। ତେବେ ବିହାରରୁ ପିଛା କରି ଗରାଖ ବେଶରେ ଭୁବନେଶ୍ୱର ମାଳିସାହିରେ
ମାଡିବସିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ରିମାଣ୍ଡ ସମୟରେ ଗରାଖଙ୍କ ସମୟରେ ଅନେକ ତଥ୍ୟ
ମିଳିପାରିବ ବୋଲି ସୂଚନା ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା