
ଧର୍ମଶାଳା, ୧୭ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ଅଧ୍ୟକ୍ଷପଦ ନିର୍ବାଚନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ବିଧିବଦ୍ଧ ଭାବେ ଘୋଷଣା ସରିଛି । ତେବେ ଏହି ବ୍ଲକରେ କିଏ ଅଧ୍ୟକ୍ଷ ପଦରେ ଅଳଙ୍କୃତ ହେବେ ତାକୁ ନେଇ ଅଙ୍କ କଶା ଆରମ୍ଭ ହୋଇଛି । ଧର୍ମଶାଳା ଦ୍ଲକରେ ୪୫ ଗୋଟି ପଂଚାୟତ ରହିଥିବା ବେଳେ ପାଖାପାଖି ୪୦ ଜଣ ସମିତି ସଭ୍ୟ ବିଜେପିର ରହିଛନ୍ତି । ବିଜେପି ପାଇଁ ଏହି ନିର୍ବାଚନ ଅତି ସହଜ ହେବ ବୋଲି ରାଜନୈତିକ ସମିକ୍ଷକମାନେ ମତଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ ୨୦୨୨ ପଂଚାୟତ ନିର୍ବାଚନରେ ଏଠାରେ ବିଜେଡି ପକ୍ଷରୁ କୁମାରୀ ପଂଚାୟତ ସମିତିସଭ୍ୟ ତଥା ପୁର୍ବତନ ବିଧାୟକଙ୍କ ସାନଭାଇ ପ୍ରଭାତ କୁମାର ବଳବନ୍ତରାୟ ସଂଖ୍ୟା ଗରିଷ୍ଠତା ଲାଭ କରି ଅଧ୍ୟକ୍ଷ ପଦ ଅଳଙ୍କୃତ ହୋଇଥିଲେ । ତେବେ ୨୦୨୪ ରେ ସରକାର ପରିବର୍ତନ ହୋଇ ବିଜେପି ସରକାର ଶାସନକୁ ଆସିବା ପରେ ପାଂଠି ଥାଇ ସୁଦ୍ଧା ବ୍ଲକରେ ସରକାରଙ୍କ ଉନ୍ନୟନ ମୁଳକ କାର୍ଯ୍ୟ ଠପ ହୋଇଯାଇଥିଲା । ବ୍ଲକ ଅଧ୍ୟକ୍ଷଙ୍କ ଅପାରଗତା ଯୋଗୁଁ ପଂଚାୟତ ସ୍ତରରେ ଅନେକ କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ କରି ୩୮ ଜଣ ସରପଂଚ ଓ ସମିତିସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ । ଯାହାର ବିଚାର କରି ଏହା ଉପରେ ଆଲୋଚନା କରିବା ସହ ଅନାସ୍ଥା ଭୋଟ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏସମ୍ପର୍କରେ ଆଲୋଚନା ହେବା ପୁର୍ବରୁ ହାରି୍ିବା ଭୟରେ ବ୍ଲକର ତତକାଳିନ ଅଧ୍ୟକ୍ଷ ଶ୍ରୀ ବଳବନ୍ତରାୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏବେ କିନ୍ତୁ ବିଜେପିର ୭୫ ଜଣ ସରପଂଚ ଓ ସମିତିସଭ୍ୟ ରହିଛନ୍ତି । ବିଜେଡିର ଅବସ୍ଥା ଯାହା ହୋଇଛି ଏଠାରେ କେହି ବିଜେଡିରୁ ପ୍ରାର୍ଥୀ ନହେବା ଅଶଙ୍କା ରହିଛି । ତେଣେ ନିୟମ ଅନୁସାରେ ବ୍ଲକ ଅଧ୍ୟକ୍ଷ ପଦରେ ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରୁଛନ୍ତି । ଶ୍ରୀମତୀ ମିଶ୍ର ପୁର୍ବରୁ ବିଜେଡିରେ ଥିବା ବେଳେ ଏବେ ସେ ବିଜେପିର ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଦଳ ବିଶ୍ୱବିଜୟିନୀଙ୍କୁ ଏଠାରେ ପ୍ରାର୍ଥୀ କରିବ କିମ୍ବା ଆଉ କାହା ମୁଣ୍ଡରେ ହାତି ସୁନା କଳସ ଢାଳିବ ତାହା ୨୦ ତାରିଖ ଦିନ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ଧର୍ମଶାଳା ବ୍ଲକରେ ଯିଏ ବିଜେପି ପ୍ରାର୍ଥୀ ଭାବରେ ନୋମିନେସନ କରିବେ ସେ ନିଦ୍ୱର୍ନ୍ଦରେ ଓ ବିନା ଭୋଟରେ ଅଧ୍ୟକ୍ଷ ପଦ ହାସଲ କରିବା ନେଇ ରାଜନୈତିକ ସମିକ୍ଷକମାନେ ମତପୋଷଣ କରିଛନ୍ତି । ଞ୍ଚରାଷ୍ଟ୍ରୀୟଞ୍ଚ ଞ୍ଚପ୍ରବାସୀଞ୍ଚ ଞ୍ଚଓଡ଼ିଆଞ୍ଚ ଞ୍ଚପରିବାରରଞ୍ଚ ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ