'ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା - ୨୦୨୫' କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସ୍ଥିତ ପଲ୍ଲୀଶ୍ରୀ ଷ୍ଟାଡିୟମ, ଡୁଡୁକା ଠାରେ ଆୟୋଜିତ ''ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା - ୨୦୨୫'' କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ
'ବ୍ଲକସ୍ତରୀୟ     ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା - ୨୦୨୫' କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବଲାଙ୍ଗିର

ଜିଲ୍ଲା ଆଗଲପୁର ବ୍ଲକ ସ୍ଥିତ ପଲ୍ଲୀଶ୍ରୀ ଷ୍ଟାଡିୟମ, ଡୁଡୁକା ଠାରେ ଆୟୋଜିତ 'ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା - ୨୦୨୫' କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ

ସଫଳତା ହାସଲ କରିଥିବା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ ପଶୁପାଳକଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି

। ଯାହାକି ସେମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିବ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ପ୍ରାଣିସମ୍ପଦର ବିକାଶ ସହ ପଶୁପାଳକଙ୍କ ଆର୍ଥିକ ବିକାଶ ପାଇଁ ଡବଲ ଇଞ୍ଜିନ

ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମସ୍ତ ଯୋଜନା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଅନେକ ମତ୍ସ୍ୟଜୀବୀ ଓ

ପଶୁପାଳକ ମଧ୍ୟ ସରକାରୀ ସହାୟତା ପାଇ ଆଜି ଆତ୍ମନିର୍ଭର ହେବା ସହ ରାଜ୍ଯର ବିକାଶରେ ଏକ ପ୍ରମୁଖ

ଭୂମିକା ଗ୍ରହଣ କରୁଛନ୍ତି। ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ଏହି ମେଳା କେବଳ ମତ୍ସ୍ୟଜୀବୀ

ଓ ପଶୁପାଳକମାନଙ୍କ ସଶକ୍ତିକରଣ ନୁହେଁ ଏହା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ

ହେଉଛି। ଏଭଳି ମେଳାର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ଏହି

ଅବସରରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ଶ୍ରୀମତୀ ଦେବକୀ ସାହୁ, ଆଗଲପୁର ପଞ୍ଚାୟତ ସମିତି ଚେୟାରମ୍ୟାନ ଶ୍ରୀମତୀ ଗୀତାଞ୍ଜଳି ଦାସ,

ଆଗଲପୁର ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande