
ଧର୍ମଶାଳା, ୧୭ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କାନପୁର ଅଂଚଳର ଜଣେ ବ୍ୟକ୍ତି ରାଷ୍ଟ୍ରିୟ ପ୍ରବାସୀ ଓଡିଆ ପରିବାରର ସମ୍ପାଦକ ଭାବେ ଶପଥ ନେଇଛନ୍ତି । ନୂଆଦିଲ୍ଲିର ତ୍ୟାଗରାଜନଗର ସ୍ଥିତ ଜଗନ୍ନାଥ ମନ୍ଦିର ର ସୁଭଦ୍ରା କଳା ମଣ୍ଡପରେ ୨୦୨୫-୨୦୨୭ ପାଇଁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଅନେକ ସଦସ୍ୟା ସଦସ୍ୟ ମାନଙ୍କର ଭବ୍ୟ ଉପସ୍ଥିତି ରେ ସମସ୍ତ ନବ ନିର୍ବାଚିତ ସଭାପତି ମୀନକେତନ ସାମଲ,ଉପସଭାପତି ନିତ୍ୟାନନ୍ଦ ରାଉତ ଓ ସରିତା ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଅନିଲ କୁମାର ଜେନା ଓ ଯୁଗ୍ମ ସମ୍ପାଦକ ଭାବେ ଗୁରୁ ଚରଣ ପହି, କୋଷାଧ୍ୟକ୍ଷ ସନ୍ଦୀପ ମହାପାତ୍ର ଓ ସହ କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ମୁଖ୍ୟ ଅତିଥି ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ: ଅମରେନ୍ଦ୍ର ଖଟୁଆ ଓ ଡ ସଞ୍ଜୀବ ପାଟ୍ଟଯୋଷୀ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ ମୀନକେତନ ମିଶ୍ର ,ସହଯୋଗୀ ଝୁମଝୁମ୍ ପାଢ଼ୀ,ବିଶ୍ୱଜିତ ବାରିକ ଓ ଅର୍ଣ୍ଣବ ନାୟକ ନବ ନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଭବ୍ୟ ସମାରୋହରେ ଆରପିଓପିର ଶତାଧିକ ସଦସ୍ୟ ସପରିବାର ଉପସ୍ଥିତ ଥିଲେ । ଏହି ଶୁଭ ଅବସରରେ ସଙ୍ଗଠନ ର ସାଧାରଣ ସମ୍ପାଦକ ଅନିଲ ଜେନା ସମସ୍ତେ ମିଳିମିଶି କାର୍ଯ୍ୟ କରି ସଙ୍ଗଠନ କୁ ଆଗକୁ ନେବା ପାଇଁ ଅନୁରୋଧ କରିଥିଲେ । ସଭାପତି ମିନକେତନ ସାମଲ ଓଡି଼ଶାର ଭାଷା, ସଂସ୍କୃତି, ପରମ୍ପରା ଓ ଏକତ୍ର ହୋଇ ପରିବାର କୁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପହଂଚାଇବାକୁ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ କରିଥିଲେ । ଶପଥ ଗ୍ରହଣ ପରେ ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ନୂତନ ଭାବେ ନିର୍ବଚିତ ହୋଇଥିବା ସଭାପତି, ସାଧାରଣ ସମ୍ପାଦକ ଓ କୋଷାଧୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ପୂର୍ବତନ ସମ୍ପାଦକ ବିଗତ ସମୟର ବିବରଣୀ ପାଠ କରିଥିଲେ । ପ୍ରଫେସର ଅମୀୟ ପ୍ରଧାନ ସଙ୍ଗଠନର ଗଠନ ,ଆଭିମୁଖ୍ୟ ଓ ମୂଳଲକ୍ଷ୍ୟ ଉପରେ ସଦସ୍ୟ ମାନଙ୍କୁ ଅବଗତ କରାଇ ଥିଲେ । ପୂର୍ବତନ ଉପ ସଭାପତି ରାଧେଶ୍ୟାମ ସାହୁ ଓ ସହ କୋଷାଧ୍ୟକ୍ଷ ଦିଲ୍ଲୀପ ସାମନ୍ତରାୟ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପନ୍ନ କରିଥିଲେ । କେବଳ ଦିଲ୍ଲୀ ଭିତରେ ସୀମିତ ନରହି ଦେଶ ବିଦେଶରେ ସଙ୍ଗଠନ ସୁଖ ଦୁଃଖର ସାଥୀ ପାଲଟିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉପସଭାପତି ଶ୍ରୀ ନିତ୍ୟାନନ୍ଦ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ