ସାମାଜିକ ସେବା ପାଇଁ ଦି ବେଲ୍ ସମ୍ମାନିତ
ପୁରୀ, ୧୭ ନଭେମ୍ବର (ହି.ସ.)- ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଦି ବେଲକୁ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଛି । ଭାରତ ସେବା ଶ୍ରମ ସଂଘ ପକ୍ଷରୁ ଶତବାର୍ଷିକୀ ଉତ୍ସବ ଉପଲେକ୍ଷ ଏହି ସମ୍ମାନ ଦି ବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଦି
ସାମାଜିକ ସେବା ପାଇଁ ଦି ବେଲ୍ ସମ୍ମାନିତ


ପୁରୀ, ୧୭ ନଭେମ୍ବର (ହି.ସ.)- ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଦି ବେଲକୁ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଛି । ଭାରତ ସେବା ଶ୍ରମ ସଂଘ ପକ୍ଷରୁ ଶତବାର୍ଷିକୀ ଉତ୍ସବ ଉପଲେକ୍ଷ ଏହି ସମ୍ମାନ ଦି ବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଦି ବେଲ୍ ର ସଭ୍ଯସଭ୍ଯା ମାନେ ଉପସ୍ଥିତ ଥିଲେ । ପୁରୀ ସହରରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଏକତ୍ରୀତ କରି ସମାଜସେବା, ସମୁଦ୍ରକୂଳ ସଫେଇ, ସମୁଦ୍ରପାଣି ସଫା ରଖିବା ସଚେତନତା, ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟସ୍ଥଳୀରେ ରଖିବା, ବସ୍ତିର ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ଓ ପାଠ୍ଯ ପୁସ୍ତକ ବଣ୍ଟନ କରି ରାଜ୍ୟରେ ଏକ ଚର୍ଚ୍ଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ହୋଇପାରିଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ମହୋଦଧି ଦିବସ ପାଳନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି ।

ଶ୍ରୀରାୟଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ବିଧାନସଭାର ବାଚସ୍ପତି ସୁରମା ପାଢୀ ଓ ଭାରତ ସେବାଶ୍ରମ ସଂଘର ପୁରୀ ସମ୍ପାଦକ ସ୍ବାମୀ ସମୀଧାନନ୍ଦ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande