ଟାଟା ପାୱାର ଟିପିସିଓଡିଏଲ ବିରୁଦ୍ଧରେ 12 ଘଂଟିଆ ଢେଙ୍କାନାଳ ବନ୍ଦ, ରେଳ ଓ ସଡକ ରୋକ ଯୋଗୁ ଜନଜୀବନ ଠପ୍
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)-ଟାଟା ପାୱର ଟିପିସିଓଡିଏଲର ମନମାନୀ ଓ ଶୋଷଣକାରୀ ନୀତି ବିରୋଧରେ ଢେଙ୍କାନାଳରେ ଆଜି 12 ଘଣ୍ଟିଆ ବନ୍ଦ ପାଳକ କରାଯାଉଛି । ଏହି ବନ୍ଦ ଜିଲ୍ଲା ବାର ଆସୋସିଏସନ୍‌ର ଡାକରାରେ ଏବଂ ଇଲେକ୍ଟ୍ରିସିଟି କଞ୍ଜ୍ୟୁମର୍ସ ଆକ୍ସନ୍‌ କମିଟିର ନେତୃତ
ଟାଟା ପାୱାର     ଟିପିସିଓଡିଏଲ ବିରୁଦ୍ଧରେ 12 ଘଂଟିଆ ଢେଙ୍କାନାଳ ବନ୍ଦ, ରେଳ ଓ ସଡକ ରୋକ ଯୋଗୁ ଜନଜୀବନ ଠପ୍


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)-ଟାଟା ପାୱର ଟିପିସିଓଡିଏଲର ମନମାନୀ ଓ

ଶୋଷଣକାରୀ ନୀତି ବିରୋଧରେ ଢେଙ୍କାନାଳରେ ଆଜି 12 ଘଣ୍ଟିଆ ବନ୍ଦ ପାଳକ କରାଯାଉଛି । ଏହି ବନ୍ଦ

ଜିଲ୍ଲା ବାର ଆସୋସିଏସନ୍‌ର ଡାକରାରେ ଏବଂ ଇଲେକ୍ଟ୍ରିସିଟି କଞ୍ଜ୍ୟୁମର୍ସ ଆକ୍ସନ୍‌ କମିଟିର

ନେତୃତ୍ୱରେ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପାଳନ କରାଯାଉଛି।

ବନ୍ଦର ଉଦ୍ଦେଶ୍ୟ

ହେଉଛି, ଟାଟା ପାୱର ଟିପିସିଓଡିଏଲଦ୍ୱାରା ଜବରଦସ୍ତି ସ୍ମାର୍ଟ ମିଟର ବସାଇବା, ବଢ଼ୁଥିବା ବିଜୁଳି ବିଲ୍‌, ବେଆଇନ ଜରିମାନା, ବାରମ୍ବାର ବିଜୁଳି କାଟ୍ ଏବଂ ସ୍ଥାନୀୟ ଭିତ୍ତିଭୂମି

ସୁଧାର ନ ହେବା ପରି ସମସ୍ୟା ବିରୋଧରେ ସ୍ୱର ଉଠାଇବା।

ଏହି ବନ୍ଦକୁ ରାଜନୈତିକ

ଦଳ, ସାମାଜିକ ସଂଗଠନ, ବ୍ୟାପାରୀ ସଂଘ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ପକ୍ଷରୁ

ବ୍ୟାପକ ସମର୍ଥନ ମିଳିଛି। ସକାଳଠାରୁ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେଶରକାରୀ କାର୍ଯ୍ୟାଳୟ ସହ ଅନେକ ବେସରକାରୀ

ସ୍କୁଲ ଓ କଲେଜ ବନ୍ଦ ରହିଛି।

ସକାଳେ ଆନ୍ଦୋଳନ

ତୀବ୍ର ରୂପ ନେଇଥିଲା, ଯେତେବେଳେ ଶତାଧିକ ଓକିଲ ଓ ସ୍ଥାନୀୟ ଲୋକ

ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍‌ରେ ରେଳ ରୋକୋ କରିଥିଲେ, ଫଳରେ ଟ୍ରେନ୍‌ ସେବା ବାଧାଗ୍ରସ୍ତ ହୋଇଥିଲା। ଏହା ପରେ ବିକ୍ଷୋଭକାରୀମାନେ

ଜାତୀୟ ରାଜପଥ–55 କୁ ଅବରୋଧ କରିଥିଲେ, ଫଳରେ ଯାନବାହନର ଲମ୍ବା ଲାଇନ୍ ଲାଗିଥିଲା।

ହାଇୱେରେ ଟ୍ରକ୍, ଯାତ୍ରୀବାହୀ ଗାଡ଼ି ଓ ବସର ଏକ ଲମ୍ବା ଲାଇନ

ଲାଗିଛି। ପୋଲିସ ଯାତାୟାତ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ପାଇଁ ଅତିରିକ୍ତ ବଳ ମୁତୟନ କରିଛି।

ଜିଲ୍ଲା ବାର ଆସୋସିଏସନ୍‌

ଅନୁସାରେ, ଗତ କିଛି ମାସରେ ଟାଟା ପାୱର ଟିପିସିଓଡିଏଲର

କାର୍ଯ୍ୟପ୍ରଣାଳୀ ନେଇ ଅଭିଯୋଗ ଅତ୍ୟଧିକ ବଢ଼ିଛି। ଉପଭୋକ୍ତାମାନଙ୍କ କହିବା ଅନୁସାରେ, କମ୍ପାନୀ ପ୍ରସ୍ତୁତି ବିନା ଜବରନ୍ ସ୍ମାର୍ଟ

ମିଟର ଲଗାଉଛି, ଅଧିକ ବିଲ୍ ଉଠୁଛି, ଅନ୍ୟାୟ ଜରିମାନା ଲଗାଉଛି ଓ ଲଗାତାର ବିଦ୍ୟୁତ

କାଟ୍ ହେଉଛି, କିନ୍ତୁ ନେଟୱର୍କ ଉନ୍ନତି ପାଇଁ କୌଣସି

ପଦକ୍ଷେପ ନେଉ ନାହାନ୍ତି।

ଆୟୋଜକମାନଙ୍କ କହିବା

ଅନୁସାରେ, ରାସ୍ତା ଓ ରେଳ ଅବରୋଧ ଉପଭୋକ୍ତାମାନଙ୍କ

ଯନ୍ତ୍ରଣା, ବଢ଼ୁଥିବା ବିଲ୍ ଦ୍ବନ୍ଦ୍ବ ଓ ଅଚାନକ ବିଦ୍ୟୁତ କାଟ୍

ନେଇ ଏକ ଶକ୍ତିଶାଳୀ ମେସେଜ୍ ଦେବାର ପ୍ରତୀକାତ୍ମକ ପଦକ୍ଷେପ ଭାବେ ନିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande