
ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଗୁଆମାଳ ପଂଚାୟତ ଅଧୀନ ଭୂୟାଁଉଆସ ଗ୍ରାମରେ ରବିବାର ତିହିଡି଼ ପୋଲିସ ଚଢ଼ାଉ କରି ୧ହଜାର ଲିଟର ପୋଚ ନଷ୍ଟ କରିଛି । ଭୂୟାଁଉଆସ ଗ୍ରାମର ଏକ ଜଙ୍ଗଲିଆ ସ୍ଥାନରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନେତୃତ୍ୱରେ ପୋଲିସ ସେହି ସ୍ଥାନରେ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ପୂର୍ବରୁ ଦେଶୀମଦ ପ୍ରସ୍ତୁତକାରୀମାନେ ଫେରାର ହୋଇଯାଇଥିବାରୁ ପୋଲିସ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇନଥିବା ଜଣାଯାଇଛି । ପୋଚ ଦେଶୀ ମଦ ପ୍ରସ୍ତୁତରେ ବ୍ୟବହାର ପାଇଁ ଥିଲାବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ