
ଭଦ୍ରକ, ୨ ନଭେମ୍ବର (ହି.ସ.) - ଧର୍ମର ମାସ କାର୍ତିକ ବ୍ରତ ଅବସରରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ପଂଚୁକ ବ୍ରତ। ଆଜି ୨ୟ ଦିନରେ ଭକ୍ତ ଓ ହଭିଷାଳୀମାନେ ବାବାଙ୍କ ଶି୍ୱଗଙ୍ଗା ପୁଷ୍କରିଣୀରେ ସ୍ନାନ କରିବା ସହ ବାବାଙ୍କୁ ସାହାଣମେଲା ରେ ଦର୍ଶନ କରିଥିଲେ। ପଂଚୁକ ଅବସରରେ ବାବାଙ୍କର ପ୍ରତିଦିନ ଦିଗମ୍ବର ୍େୱଶ ସହ ରାହାସ ପୂର୍ଣ୍ଣିମା ଯାଏଁ ମଧ୍ୟାହ୍ନ ଧୂପରେ ପଂଚାନନ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ। ଏଥିପାଇଁ ଦିନ ତମାମ ଲାଗିଥିଲା ହଜାର ହଜାର ଭକ୍ତଙ୍କ ଭିଡ଼। ସେହିପରି ରାହାସ ପୂର୍ଣ୍ଣିମା ଦିନ ବାବାଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ସହ ଅପରାହ୍ଣରେ ହରଗୈରୀ ବେଶ ଅନୁଷ୍ଠିତ ହେବ। ତାହା ସହ ପୂଣ୍ୟତୋୟା ଶି୍ୱଗଙ୍ଗା ପୁଷ୍କରିଣୀରେ ହଭିଷାଳୀ ଭକ୍ତ ବୁଡ ପକାଇବା ସହ ବୋଇତ ଭସାେଇବ। ପରେ ଚଉଁରା ମୂଳରେ କାର୍ତିକ ମହାତ୍ମ୍ୟ ପଠନ ସହ ଆକାଶ ଦୀପ ପ୍ରଜ୍ୱଳିତ କରାଯିବ। ମନ୍ଦିରର ପରମ୍ପରା ଅନୁଯାୟୀ ପବିତ୍ର ଅଁଳା ନବମୀ ଠାରୁ ରାହାସ ପୂର୍ଣ୍ଣିମା ଯାଏଁ ମନ୍ଦିର ବେଢ଼ା ପ୍ରାଙ୍ଗଣରେ ହରିହର ଭେଟ ସହ ଭାଗବତ ପଠନ ଓ ପାରାୟଣରେ ଉତ୍ସବମୁଖର ସମଗ୍ର ପୀଠ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ