
କେନ୍ଦୁଝର, ୨ ନଭେମ୍ବର (ହି.ସ.)- ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡ଼ା ସହରାଞ୍ଚଳରେ ବିଜେଡିର ବରିଷ୍ଠ ନେତା ତଥା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ଯୋଡ଼ା ନଗର ସଭାପତି ଚତୁର୍ଭୁଜ ପଲେଇଙ୍କ ତତ୍ତ୍ବାବଧାନରେ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ହଜାର ହଜାର ବିଜେଡ଼ି କର୍ମୀ ଯୋଡ଼ା ଲକ୍ଷ୍ମୀ ପଡ଼ିଆରୁ ଆରମ୍ଭ କରି କଲ୍ଯାଣ ମଣ୍ଡପ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ପଦଯାତ୍ରା ଦ୍ବାରା ଦଳ ସାଧାରଣ ଲୋକଙ୍କ ଆହୁରି ନିକଟରେ ପହଁଚି ପାରିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି। ସେ ଆହୁରି କହିଛନ୍ତି କି ଆମ ଦଳ କ୍ଷମତାରେ ନଥାଇ ପାରେ କିନ୍ତୁ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ମନ ଭିତରେ ଅଛନ୍ତି।
ଏହି ପଦଯାତ୍ରାରେ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡଃ. ଜଗଦୀଶ ପ୍ରସାଦ ସାହୁ, ଉପଧକ୍ଷା ସନ୍ଧ୍ୟା ପାତ୍ର, ଯୋଡ଼ା ନଗର ସଭାପତି ଚତୁର୍ଭୁଜ ପଲେଇ, ସୁଶାନ୍ତି କୁମାର ବାରିକ, ହୃଷୀକେଶ ଜେନା, ରବିନାରାୟଣ ଦାସ, ଯୋଡ଼ା ବ୍ଳକ ସଭାପତି ଗୌତମ ବେହେରା, ନିରଞ୍ଜନ ବହିଦାର, ଜିତେନ୍ଦ୍ର ଜଯସ୍ବାଳ, ବାବୁଲାଲ ସାହୁ, ଦୀପଙ୍କର ବିଶ୍ବାସ ପ୍ରମୁଖଙ୍କ ସହ ହଜାର ହଜାର କର୍ମୀ, ମହିଳା ସଂଗଠନ ମଧ୍ୟ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA