
ମାଲକାନଗିରି, ୨ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ର କଳା ସଂସ୍କୃତି ଓ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ପ୍ରତି ଜିଲ୍ଲାର ଲୋକ କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ସଂସ୍କୃତି ବିଭାଗ ତରଫରୁ ନିର୍ଦେଶ ଦିଆ ଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସଚ ପାଇଁ ବିଗୁଲୁ ବାଜିଛି। ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ମାଥିଲି ବ୍ଲକ ଅଧକ୍ଷ ମହେଶ କୁମାର ବାକା ଙ୍କ ନେତୃତ୍ୱ ରେ ଆଜି ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଂଚାସିନ ଥିବା ଅତିଥି ଭାବରେ ମାଥିଲି ତହସିଲଦାର ଶୁଶ୍ରୁ ମାନସୀ ଭୋଇ, ମାଥିଲି ବ୍ଲକ ଉପାଧ୍ୟାକ୍ଷା ଦେବକୀ ଦଳାଇ,ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ, ମାଥିଲି ଜିଲ୍ଲାପରିଷଦ ଜୋନ -୧ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଜୋନ-୩ ସଭ୍ୟା ସସ୍ମିତା ମାଝୀ, ନିର୍ବାହୀଯନ୍ତ୍ରୀ ହୃଦୟ ରଞ୍ଜନ ବାଘ, ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ବନମାଳୀ ବରଜା, ଆଦିବାସୀ ମହାସଂଘ ର ସଭାପତି ବନ୍ଧୁ ମୁଦୁଲି, ସରପଞ୍ଚ ସଂଘର ବ୍ଲକ ସଭାପତି କାନାମରାଜୁ ନାୟକ, ବ୍ଲକ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ, ଜିଡିପିଓ ରତନ ରାଏ, ପୂର୍ବତନ ବ୍ଲକ ଅଧକ୍ଷ ସୃତି ରଞ୍ଜନ, ମାଥିଲି ସଦର ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ ସମେତ ବ୍ଲକର ସମସ୍ତ ସରପଂଚ ଓ ସମିତି ସଭ୍ୟ /ସଭ୍ୟା ମାନେ ଉପସ୍ଥିତ ରହି ଚଳିତ ବର୍ଷ କିପରି ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବ ତାହାର ସବିଶେଷ ବିବରଣୀ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଯିବି ମାନଙ୍କ ସମ୍ମତି କ୍ରମେ ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ଦିନ ସକାଳ ବ୍ଲକ ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ଶୁଭାରମ୍ଭ ପାଇଁ କୁଟୁଣୀ ପାଲ୍ଲୀ ପଂଚାୟତ ଅଟାଲ ଗୁଡା ଠାରେ ଥିବା ପବିତ୍ର ସପ୍ତାଧାରା ସବେରୀ ଓ ଧର୍ମ ଗାଡ଼ ର ମିଶ୍ରଣ ସ୍ଥଳ ଠାରୁ ମାଲ୍ୟବନ୍ତ ଶୁଭ କଳସ ଯାତ୍ରାର ଶୁଭାରମ୍ଭ କରାଯିବ ବୋଲି ସାବ୍ୟସ୍ତ କରାଯାଇଛି। ଏବଂ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ପାଇଁ ଡିସେମ୍ବର ମାସ ଡିସେମ୍ବର ମାସ ୩ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ବ୍ଲକର ୨୦ ଟି ପଂଚାୟତ ର ଲୋକ ପ୍ରତିନିଧି, ସାମ୍ବାଦିକ, ବୁଦ୍ଧିଜିବି ସମେତ ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ