
ଭୁବନେଶ୍ୱର, 02 ନଭେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ଶିଳ୍ପପତି ଶରତ କୁମାର ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବିଶିଷ୍ଟ ଉଦ୍ୟୋଗପତି ତଥା ରୁଚି ଫୁଡଲାଇନ ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ବିୟୋଗରେ ମୁଁ ଗଭୀର ଭାବରେ ଦୁଃଖିତ। ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ