ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ଗସ୍ତର ଉଦ୍ଦେଶ୍ୟ - କଂଗ୍ରେସ
ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ସବୁ ଖେଳ ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ ଭୁବନେଶ୍ୱର, 02 ନଭେମ୍ବର (ହି.ସ.) - କଂଗ୍ରେସ ଭବନଠାରେ ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି ଏବଂ କଂଗ୍ରେସର ବରିଷ୍ଠ ନେତାଗଣ ନିଜ ପ୍ରତ
ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ଗସ୍ତର ଉଦ୍ଦେଶ୍ୟ - କଂଗ୍ରେସ


ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ସବୁ ଖେଳ

ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ

ଭୁବନେଶ୍ୱର, 02 ନଭେମ୍ବର (ହି.ସ.) - କଂଗ୍ରେସ ଭବନଠାରେ ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି ଏବଂ କଂଗ୍ରେସର ବରିଷ୍ଠ ନେତାଗଣ ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେଇ କ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଲେ ଯେ, ଯେଉଁ ନୂଆପଡାକୁ ନବୀନ ବାବୁ ଦୀର୍ଘ ୨୪ ବର୍ଷ ଭୁଲି ଯାଇଥିଲେ ଆଜି ନିର୍ବାଚନ ପାଇଁ ନୂଆପଡାକୁ ମନେ ପଡିଲା । ନବୀନଙ୍କ ସେଇ ରଙ୍ଗ ଆଉ ନାହିଁ । ହାତ ହଲାଇ ଦେଲେ ଭୋଟ ଝଡି ପଡୁଥିଲା । ବର୍ତ୍ତମାନ ବିଜେଡିର ଠକାମୀକୁ ଲୋକେ ବୁଝି ସାରିଲେଣି ।

ଏହି ନିର୍ବାଚନ ଲାଗୁଛି ତ୍ରିମୁଖୀ ବୋଲି କିନ୍ତୁ ପ୍ରକୃତରେ ଏହା ଦ୍ବିମୁଖୀ । ଗୋଟିଏ ପଟେ ବିଜେପି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେଡି ର ମୁଖ୍ୟ ପାଣ୍ଡିଆନ ଏକତ୍ର ମିଶି କଂଗ୍ରେସ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବୈଷ୍ଣବ ଏବଂ ପାଣ୍ଡିଆନ ଙ୍କ ବୁଝାମଣା ଅନୁଯାଇ ବିଜେଡି ର ପ୍ରାର୍ଥୀ ଙ୍କୁ ବିଜେପି ପ୍ରାର୍ଥୀ କଲା ଏବଂ ବିଜେଡି ଜାଣିଶୁଣି ସ୍ଥାନୀୟ କର୍ମକର୍ତାଙ୍କୁ ପ୍ରାର୍ଥୀ ନ ଦେଇ ବାହାର ଜିଲ୍ଲାର ନେତ୍ରୀଙ୍କୁ ପ୍ରାର୍ଥୀ କଲା ଉଭୟ ଦଳର ଲକ୍ଷ୍ୟ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଏହା ସେମାନଙ୍କର ରଣନୀତି । ନିର୍ବାଚନ ଯୁଦ୍ଧରେ ଗୋଟିଏ ପଟେ ଅଶ୍ୱିନୀ ବୈଷ୍ଣବ, ପାଣ୍ଡିଆନ, ନବୀନ ପଟ୍ଟନାୟକ, ମନମୋହନ ସାମଲ ଓ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ମିଳିତ ହୋଇ ଲଢ଼ୁଥିବା ବେଳେ ଅନ୍ୟ ପଟେ କଂଗ୍ରେସ ଏକାକୀ ଲଢେଇ ମଇଦାନରେ ଅବତୀର୍ଣ ହୋଇଛି। କଂଗ୍ରେସର ନେତୃତ୍ୱ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସର ସମସ୍ତ ବରିଷ୍ଟ ଓ କନିଷ୍ଠ ନେର୍ତ୍ତୃବୃନ୍ଦ ଲଢ଼ୁଛନ୍ତି । ଶ୍ରୀ ଜେନା ସାମ୍ବାଦିକଙ୍କୁ କହିଲେ ଯେ ଆମକୁ ନିର୍ବାଚନ ରଣନୀତିର ରହସ୍ୟ କହିବାରେ କିଛି ଵ୍ଵିଧା ନାହିଁ । ପୂର୍ବରୁ ବିଜେଡି ବିଜେପି ର ମିଳିତ ସରକାର ଓ ମହାଶକ୍ତିଶାଳୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ତଳସାରା ଓ ଲକ୍ଷ୍ମୀପୁର ଉପନିର୍ବାଚନ କଂଗ୍ରେସ ଜିତିଥିଲ। ଏଥର ମଧ୍ୟ ଘାସିରାମ ମାଝୀ ନୂଆପଡାରେ ଜିତିବେ । ପୂର୍ବରୁ ଆମ ସଭାପତି ଶ୍ରୀ ଦାସ କହିସାରିଛନ୍ତି ଆମ ପାଖରେ ଅର୍ଥବଳ ନାହିଁ କିନ୍ତୁ ଯଥେଷ୍ଟ ଲୋକବଳ ଅଛି । ନବୀନ ପଟ୍ଟନାୟକ କେବଳ ଦୋଷ ଘୋଡାଇବା ପାଇଁ ବା ବିଜେପି ସହିତ ଆମେ ନାହୁଁ ବୋଲି ଲୋକଙ୍କ ଆଗରେ ଦେଖେଇବା ପାଇଁ ନୂଆପଡା ଗସ୍ତ କରୁଛନ୍ତି ।

ସମ୍ମିଳନୀର ଅନ୍ୟତମ ବକ୍ତା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କହିଛନ୍ତି ନୂଆପଡା ନିର୍ବାଚନ ପାଇଁ ନୁଆଦିଲ୍ଲୀରେ କେବେଠୁ ଡିଲ ସରିଯାଇଛି । ବିଜେଡି ନିର୍ବାଚନ ଲଢ଼ିବାର କେବଳ ଯାହା ଅଭିନୟ କରୁଛି । କେମିତି କିଛି ସମ୍ମାନଜନକ ଭୋଟ ସଂଖ୍ୟା ହାସଲ ହେବ ସେଥିପାଇଁ ତାଙ୍କର ପ୍ରଚାର ପ୍ରସାର । କିନ୍ତୁ କଂଗ୍ରେସ ଏକ ଲୋକପ୍ରିୟ ସ୍ଥାନୀୟ ଆଦିବାସୀ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ସାମାଜିକ ନ୍ୟାୟ ଏବଂ ସାମୁହିକ ବିକାଶର ମୁଦ୍ଦାକୁ ନେଇ ସତ୍ୟର ସହିତ ନିର୍ବାଚନ ଲଢ଼ୁଛି । ଉକ୍ତ ସାମ୍ବାଦିକ ସମ୍ବିଳନୀରେ ବରିଷ୍ଟ କଂଗ୍ରେସ ନେତା ଏବଂ ମୁଖପାତ୍ର ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande