ଧର୍ମ ପରାୟଣ ମହିଳାଙ୍କ ପରଲୋକ
ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡାଙ୍କ ମା'' ତଥା ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ନବଘନ ପଣ୍ଡାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ଦେବୀଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି।ଅନ୍ନପୂର୍ଣ୍ଣା ଦେବୀ ଜଣେ ଧର୍ମ ପରାୟଣା ମହିଳା ଥିଲ
DHARMA PARAYAN MAHILANKA PARALOKA


ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡାଙ୍କ ମା' ତଥା ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ନବଘନ ପଣ୍ଡାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ଦେବୀଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି।ଅନ୍ନପୂର୍ଣ୍ଣା ଦେବୀ ଜଣେ ଧର୍ମ ପରାୟଣା ମହିଳା ଥିଲେ।ମୃତ୍ୟ ଶଯ୍ୟା ନିକଟରେ ପରିବାରବର୍ଗ ଉପସ୍ଥିତ ଥିଲେ।ତାଙ୍କ ପରଲୋକ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି।ସ୍ଥାନୀୟ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ନିଜ ଗ୍ରାମ ରାଜେନ୍ଦ୍ରପୁରରେ ଅନ୍ତିମ ସଂସ୍କାର କରାଯାଇଥିଲା।ସାନପୁଅ ଧିରଞ୍ଜନ ମୁଖାଗ୍ନି ପ୍ରଦାନ କରିଥିଲେ।ତାଂକ ବିୟୋଗରେ ସ୍ଥାନୀୟ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande