ବିଶିଷ୍ଟ ଶିଳ୍ପପତି ଶରତ କୁମାର ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 02 ନଭେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଶିଳ୍ପପତି ଶରତ କୁମାର ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ''ରୁଚି ମସଲା''ର ପ୍ରତିଷ୍ଠାତା ଡ଼. ଶରତ କୁମାର
ବିଶିଷ୍ଟ ଶିଳ୍ପପତି ଶରତ କୁମାର ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ର ଶିକ୍ଷା     ମନ୍ତ୍ରୀ


ଭୁବନେଶ୍ୱର, 02 ନଭେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ

ଶିଳ୍ପପତି ଶରତ କୁମାର ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା 'ରୁଚି ମସଲା'ର ପ୍ରତିଷ୍ଠାତା ଡ଼. ଶରତ କୁମାର

ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜଣେ ସଫଳ ଉଦ୍ୟୋଗୀ ସହ ଓଡ଼ିଶାର ଶିଳ୍ପ

ଜଗତକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ ଓଡ଼ିଶାର ଶିଳ୍ପ ଜଗତ

ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ

ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande