କ୍ଳଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ
ମାଲକାନଗିରି, ୨ ନଭେମ୍ବର (ହି.ସ.) ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଲଷ୍ଟର ସ୍ତରରେ ପଞ୍ଚମ ମାସିକ ବୈଠକ ଏମ୍।ଭି।୧୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆର ସିସି। ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲାl ବୈଠକର ପ୍ରଥମ ଅଧିବେଶନରେ ବାଲବାଟିକା ପ୍ରଥମ, ଦ୍ୱିତୀୟ, ତ
କ୍ଳଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ


ମାଲକାନଗିରି, ୨ ନଭେମ୍ବର (ହି.ସ.) ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଲଷ୍ଟର ସ୍ତରରେ ପଞ୍ଚମ ମାସିକ ବୈଠକ ଏମ୍।ଭି।୧୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆର ସିସି। ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲାl ବୈଠକର ପ୍ରଥମ ଅଧିବେଶନରେ ବାଲବାଟିକା ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାଷା ଓ ଗଣିତ ନିମନ୍ତେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୩ଟି ଦଳରେ ଭାଗ ହେଇ ବହୁ ଶ୍ରେଣୀ ପାଠୟୋଜନ ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେl ଉକ୍ତ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ନିମନ୍ତେ ମାଲକାନଗିରି ବ୍ଲକର ବିଇଓ ମମତା ସଏ, ବିଆର୍ସିସି ଗୌରାଙ୍ଗ ସାଜନ ଓ ଏବିଇଓ ଅଶ୍ୱିନ କୁମାର ମାଝୀ ଉପସ୍ଥିତ ହୋଇ ବିଦ୍ୟାଳୟ ତଥା ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସକାରାତ୍ମକ ମନୋଭାବର ଆବଶ୍ୟକତା ଅଛି ବୋଲି ଦର୍ଶାଇ ଥିଲେ ଏବଂ ବିଆରସିସି ଯୁକ୍ତାକ୍ଷର ଓ ଫଳ ପାର୍ଥକ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହାପରେ ଦ୍ଵିତୀୟ ଅଧିବେଶନରେ ବିଭାଗୀୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲାl ଏହି ବୈଠକରେ ୧୫ଟି ବିଦ୍ୟାଳୟର ୨୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେl ପରିଶେଷରେ ଏମ୍ଭିଭି ୧୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶଶୀରେଖା ସାମଲ ସମପ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ, ରମେଶ ଏକ୍କା, ରୁଦ୍ର ମାଧବ ମେହେର, ଦିବ୍ୟଜ୍ୟୋତି ପରିଡ଼ା, ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଜୟସିଂହ, ମମତା ମହଲ, ବିନର୍ଭା ରାଉତ, ସରସ୍ଵତୀ ପୂଜାରୀ, ଜୟଶ୍ରୀ ସୁଆର, ପୁଷ୍ପଲତା ମୋହିନୀ, ସାଗରିକା ସ୍ୱାଇଁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande