

ବାରିପଦା, ୦୨ ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା କୁଳିଅଣ। ବ୍ଲକ ଅଧିନ ଚାନ୍ଦୁଆ ଗୋପବନ୍ଧୁ ସେବା ସଦନ କ୍ଲବ ତରପରୁ ଆୟୋଜିତ ୩୨ତମ ଗ୍ରାମାଂଚଳ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଚାନ୍ଦୁଆ ସ୍ଥିତ ବିର୍ସା ମୁଣ୍ଡା ମଇଦାନରେ ଅନୁଷ୍ଠିତ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ଦିନରେ ୮ଟି ଦଳ ଦ୍ୱିତୀୟ ଦିନରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ 'ଖେଲ ଦୁନିଆ ୱଲେକମ କମ' ଟିମ ସହ 'ମିଥୁନ ଏଫସି' ଟିମ ମଧ୍ୟରେ ହୋଇଥିଲା। ଉଭୟ ଟିମ ମଧ୍ୟରେ ଖେଳ ଅମୀମାଂସିତ ରହିବାରୁ ପେନାଲଟି ମାଧ୍ୟମରେ ବିଜେତା ଘୋଷଣା କରାଯାଇଥିଲା। ଉଦଘାଟିନ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମନୋରଞ୍ଜନ ପରିଡା, ସର୍ଗଛିଡା ପଂଚାୟତର ପୂର୍ବତନ ସରପଂଚ ମକରଧୂଜ ମୁର୍ମୁ, ଚାନ୍ଦୁଆ ପଂଚାୟତ ସମିତି ସଭ୍ୟ ପ୍ରଦୀପ ସିଂ, ସମାଜ ସେବୀ ସୁଶାନ୍ତ ଦେଓ, ଆନନ୍ଦ ବେହେରା, ଲକ୍ଷ୍ମଣ ସିଂ, ଦୀନବନ୍ଧୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବ ସଭାପତି ବାପୁନ ସିଂ, ଉପସଭାପତି ଅବିନାଶ ବିନ୍ଧାଣି, ସଂପାଦକ ଜଗ୍ନନାଥ ଟୁଡୁ, ସଂପାଦକ ଶୁଭ୍ରାଶୁ ଶେଖର ସିଂ, କୋଷାଧ୍ୟକ୍ଷ ଅମରଜିତ ସିଂ, ମଧୁ ସିଂ, ଗୌତମ ଚପେୟାର, ଆଲଦ ବିନ୍ଧାଣୀ, ଜିତରାୟ ସିଂ ପ୍ରମୁଖ ଉପସ୍ଥିତ ରହି କାର?୍ୟ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ