ହିମସାରମନା ସାହିତ୍ୟ ପରିଷଦ ବାର୍ଷିକ ବନ୍ଧୁମିଳନ ଓ ଆଲୋଚନା ଚକ୍ର
ଭଦ୍ରକ, ୨ ନଭେମ୍ବର (ହି.ସ.) - ଷୋଳମପୁର ହିମସାରମନା ସାହିତ୍ୟ ପରିଷଦର ବାର୍ଷିକ ବନ୍ଧୁମିଳନ ଓ ସାହିତ୍ୟ ଆଲୋଚନା ଚକ୍ର ସଭାପତି ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। । ପରିଷଦର ସାହିତ୍ୟ ଘର ପରିସରରେ ପବନସୂତ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବିଶିଷ୍ଟ
HIMSARMANA SAHITYA PARISAD BANDHU MILAN


ଭଦ୍ରକ, ୨ ନଭେମ୍ବର (ହି.ସ.) - ଷୋଳମପୁର ହିମସାରମନା ସାହିତ୍ୟ ପରିଷଦର ବାର୍ଷିକ ବନ୍ଧୁମିଳନ ଓ ସାହିତ୍ୟ ଆଲୋଚନା ଚକ୍ର ସଭାପତି ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। । ପରିଷଦର ସାହିତ୍ୟ ଘର ପରିସରରେ ପବନସୂତ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟକ ବୃନ୍ଦାବନ ସାହୁ, ବିରଜା କୃପା ପରିବାର ସମ୍ପାଦକ ବୈଦନାଥପଣ୍ଡା, ଗାଳ୍ପିକ ଦିଗମ୍ବର ବେହେରା, ପ୍ରଧାନଶିକ୍ଷକ ଗୌରୀ ଶଙ୍କର ମିଶ୍ର, ଅଧ୍ୟାପକ ଅନାଦି ଚରଣ ସାହୁ,ଅଧ୍ୟାପକ ଚିନ୍ମୟ ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାସ, ପଣ୍ଡିତ ମୀନକେତନ ବେଉରିଆ,ଶିକ୍ଷାବିତ ରାମଚନ୍ଦ୍ର ମହାନ୍ତି, ଅଭିମନ୍ୟୁ ରାଉତ,ନାରୀ କବି ରାଜଶ୍ରୀ ଓଝା, ସୁବାସିନୀ ନାୟକ,ପ୍ରମୋଦ କୁମାର ମିଶ୍ର,କବି ଅଶୋକ କୁମାର ନାୟକ,ଅର୍ଜୁନ ପରିଡ଼ା, ସାହିତ୍ୟକା ଅନୁପମା ରଣା , କବି ମହେନ୍ଦ୍ର ମଲିକ,ପ୍ରାବନ୍ଧିକ ବିଶ୍ୱନାଥ ବେହେରା, ସତ୍ୟବାଦୀ ଗାହାଣ,ବିଶ୍ୱନାଥ କରଣ, ପଂଚାନନ ସାହୁ ,ଗୋକୁଳାନନ୍ଦ ସାମଲ , ରାଜେନ୍ଦ୍ର ବେହେରା ଅଂଶଗ୍ରହଣ କରି ସାହିତ୍ୟକୁ ଉଜ୍ଜୀବିତ ରଖିବାକୁ ହେଲେ ନବାଗତ ଯୁବ ସାହିତ୍ୟକ ମାନଙ୍କୁ ପ୍ରେରଣା ସହ ଉତ୍ସ।ହିତ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ। ପରିଷଦର ସମ୍ପାଦକ ଦାମୋଦର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ, ବିବରଣୀ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ରମାକାନ୍ତ ସାହୁ ଅତିଥି ପରିଚୟ ଓ ସହ ସମ୍ପାଦକ ବିଶ୍ୱମ୍ବର ରାଉତ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande