ନୂଆପଡ଼ା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ନିର୍ବାଚନୀ ପ୍ରଚାର
ନୂଆପଡ଼ା / ଭୁବନେଶ୍ୱର, 02 ନଭେମ୍ବର (ହି.ସ) ନୂଆପଡା ବିଧାନସଭା ଉପନିର୍ବାଚନ ରେ ଆଜି ଓଡ଼ିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଭିନ୍ନ କାର୍ଯ୍ୟକ୍ରରେ ଯୋଗ ଦେଇଛନ୍ତି । ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ୱାର୍ଡ ନମ୍ବର-୨ ସ୍ଥିତ ଗଡତୋର ଠା
ନୂଆପଡ଼ା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ନିର୍ବାଚନୀ ପ୍ରଚାର


ନୂଆପଡ଼ା / ଭୁବନେଶ୍ୱର, 02 ନଭେମ୍ବର (ହି.ସ) ନୂଆପଡା ବିଧାନସଭା ଉପନିର୍ବାଚନ ରେ ଆଜି ଓଡ଼ିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଭିନ୍ନ କାର୍ଯ୍ୟକ୍ରରେ ଯୋଗ ଦେଇଛନ୍ତି ।

ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ୱାର୍ଡ ନମ୍ବର-୨ ସ୍ଥିତ ଗଡତୋର ଠାରେ ବରିଷ୍ଠ ନେତୃତ୍ଵଙ୍କ ସହ ମିଶି ବିଜେପି ର ବିକାଶ ଧାରା କୁ ଆୟୁଧ କରି ଦଳୀୟ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ପରେ ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜିଲ୍ଲାର ବରିଷ୍ଠ ଜ୍ୟୋତିର୍ବିଜ୍ଞାନୀ ମାନେ ଆଜି ବିଜେପି ଦଳରେ ସାମିଲ ହେବା ସହ ଏହି ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଦେବା ପାଇଁ ମନବଳାଇଛନ୍ତି । ସମସ୍ତଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଏକ ସମୃଦ୍ଧ ନୂଆପଡ଼ା ଗଠନରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସହ ଅନ୍ୟାନ୍ୟ ସ୍ଥାନୀୟ ବିଜେପି ନେତୃବୃନ୍ଦ ଯୋଗଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande