
ଘଟଗାଁ, ୨ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ପୂର୍ତ ବିଭାଗଅଧିନସ୍ଥ ମନୋହରପୁର ଠାରୁ ପିଠାଗୋଳା ରାସ୍ତାକୁ ଶୁଭମ କନ ଡେଭ ଠିକାଦାର ଚଳିତ ଆର୍ôଥକବର୍ଷ ଅଗଷ୍ଟମାସ ୩ତାରିଖରୁ ରାସ୍ତା ନିର୍ମାଣ କରି ଆସୁଅଛି । ଏହି ନିର୍ମାଣ କାର୍ଯ୍ୟର ବହୁ ଅନିୟମିତତା ଓ ଦୁର୍ନୀତି କରାଯାଉଥିବା ନେଇ ପୂର୍ତ ବିଭାଗରେ ଅଭିଯୋଗ ହୋଇଥିଲାଅଭିଯୋଗକୁନେଇ ବିଭାଗ ପକ୍ଷରୁତଦାରଖ ପାଇଁ ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମହାନ୍ତିଙ୍କୁ ନିର୍ଦେଶ ଦେବାରୁ ଯନ୍ତ୍ରୀ ଶ୍ରୀ ମହାନ୍ତି କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ଗାଇଡି ଲାଇନ ଅନୁଯାଇ କାମର ଭାଗ ମାପରେ କାମ କରାଉଛନ୍ତି । ଏହାଦେଖି ପଂଚାୟତବାସୀ ଆନନ୍ଦିତ ହେଉଥିବା ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ଉକ୍ତ ରାସ୍ତା କାର୍ଯ୍ୟ ୨୦୨୬ ମସିହା ଡିସେମ୍ବର ମାସରେ ଶେଷ ହେବାର ଅଛି । ଯନ୍ତ୍ରୀଙ୍କ ତଦାରଖରେ ଉନତ ମାନର କାର୍ଯ୍ୟ ହେଉଥିବା ନେଇ ଅଂଚଳ ବାସି ନିଜେ ସେମାନଙ୍କ ପ୍ରତକ୍ରିୟାରେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ