ନୂଆପଡ଼ା ବିଧାନସଭା ପାଇଁ  ଜୟଙ୍କ ଅଭିନବ ଉପନିର୍ବାଚନ ପ୍ରଚାର
ନୂଆପଡ଼ା ବିଧାନସଭା ପାଇଁ  ଜୟଙ୍କ ଅଭିନବ ଉପନିର୍ବାଚନ ପ୍ରଚାର
ନୂଆପଡ଼ା ବିଧାନସଭା ପାଇଁ  ଜୟଙ୍କ   ଅଭିନବ ଉପନିର୍ବାଚନ ପ୍ରଚାର


ନୂଆପଡ଼ା ବିଧାନସଭା ପାଇଁ  ଜୟଙ୍କ   ଅଭିନବ ଉପନିର୍ବାଚନ ପ୍ରଚାର


ନୂଆପଡ଼ା ବିଧାନସଭା ପାଇଁ  ଜୟଙ୍କ   ଅଭିନବ ଉପନିର୍ବାଚନ ପ୍ରଚାର


ସମ୍ବଲପୁର/ନୂଆପଡ଼ା, ୦୨ ନଭେମ୍ବର (ହି.ସ.) ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ନିର୍ବାଚନ ପ୍ରଚାର ରେ ନୁଆପଡା ଉଠୁଛି ପଡୁଛି । ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ସବୁ ଅଞ୍ଚଳ କୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସାଧାରଣ ସଭା, ପଦଯାତ୍ରା, ଘର ଘର ବୁଲି, କର୍ମୀ ସମ୍ମିଳନୀ, ବିଭିନ୍ନ ସାମାଜିକ ବୈଠକ ମାଧ୍ୟମ ରେ ନିର୍ବାଚନୀ ପ୍ରଚାର ଚାଲିଛି । ହେଲେ ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଯାହାଙ୍କୁ ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ସହ ପ୍ରମୁଖ ଦାୟୀତ୍ୱ ମିଳିଛି ଶ୍ରୀ ଜୟ ନାରାୟଣ ମିଶ୍ର ଏକ ନିଆରା ଓ ଅଭିନବ ଉପାୟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ଶ୍ରୀ ମିଶ୍ର ଗତ ଦୁଇ ଦିନ ପୂର୍ବରୁ ବିଜୟ ସଂକଳ୍ପ ରଥ ର ଶୁଭାରମ୍ଭ କରିଥିଲେ । ବିଜୟ ସଂକଳ୍ପ ରଥ ହେଉଛି ଗାଡ଼ି ଆଧାରିତ ସାଂସ୍କୃତିକ ପ୍ରଚାର ଅଭିଯାନ, ଯାହା ସଙ୍ଗୀତ, ନୃତ୍ୟ ଓ ସଜିବ ଅଭିନୟ ମାଧ୍ୟମରେ ସରକାରଙ୍କ ଯୋଜନା, ଉନ୍ନତିମୂଳକ କାର୍ଯ୍ୟ ଓ ସାମାଜିକ ସନ୍ଦେଶକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ । ଖରିଆର ରୋଡରେ ଏହି ଯୋଜନାର ସଫଳତା ଲୋକସଚେତନତା ବୃଦ୍ଧି ଓ ସମାଜ ସହ ଯୋଗାଯୋଗକୁ ଆହୁରି ମଜବୁତ କରୁଛି । ପାଞ୍ଚ ଥର ସମ୍ବଲପୁର ବିଧାୟକ ଭାବେ ବିଜୟ ଲାଭ କରିଥିବା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଦିଗଦର୍ଶନରେ ସମ୍ବଲପୁରରୁ ଆସିଥିବା ଏହି ସାଂସ୍କୃତିକ ଦଳ ଚଳନ୍ତି ମଞ୍ଚ (ମୋବାଇଲ ଷ୍ଟେଜ୍) ଦ୍ୱାରା ଖରିଆର ରୋଡରେ ଅଭିନବ ଶୈଳୀରେ ପ୍ରଚାର କରୁଛନ୍ତି। ଶହଶହ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ, ଉତ୍ସାହ ଓ ସମର୍ଥନ ପ୍ରଦର୍ଶନ କରୁଛନ୍ତି। ରଥ ପ୍ରତିଦିନ ସନ୍ଧ୍ୟା ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥାଏ ଓ ଏହାରେ ଉଚ୍ଚ ମାନର ସାଉଣ୍ଡ, ଲାଇଟିଂ ଓ ମଞ୍ଚ ସୁବିଧା ସହିତ ୧୪ ଜଣ ସାଂସ୍କୃତିକ ଶିଳ୍ପୀ ଦଳ ଅଂଶଗ୍ରହଣ କରୁଛନ୍ତି ।

ବିଭିନ୍ନ ଜନଗହଳି ପୁର୍ଣ୍ଣ ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ କରିବା ସମୟରେ ମନ୍ତ୍ରୀ ମାନେ ପହଞ୍ଚି ବିଜେପି ସରକାର ର ବିଭିନ୍ନ ଉପଲବ୍ଧି ବିଷୟ ରେ କହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏହା କୁ ଦେଖି ଲୋକେ ଓ ଦଳିୟ କର୍ମୀ କହୁଛନ୍ତି ଜୟ ଙ୍କ ବିଜୟ ପାଇଁ ଜୟ ଙ୍କ ନିଆର ଅଭିନବ ପ୍ରୟାସ ।

[02/11, 7:07 pm] SMB BJP MANASH: *ରାଷ୍ଟ୍ରୀୟ ଉପ ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ 'ଜୟ' ପଣ୍ଡାଙ୍କ ଜୟ ଢୋଲକିଆଙ୍କୁ ରେକର୍ଡ ବ୍ୟବଧାନରେ ଜିତେଇବାକୁ ନୂଆପଡ଼ା ବାସୀଙ୍କୁ ନିବେଦନ କରିଛନ୍ତି*

ନୂଆପଡା / ଭୁବନେଶ୍ୱର, ତା : ୦୨.୧୧ - ଆଜି ପ୍ରଚାରର ଦ୍ୱିତୀୟ ଦିନରେ ଶ୍ରୀ ପଣ୍ଡା ନୂଆପଡାରେ ତୋଫାନି ରୋଡ ସୋ ,ପଥପ୍ରାନ୍ତ ସଭା ଓ ସାଧାରଣ ସଭା କରି ବିଜେପି ପାର୍ଥି ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ତାଙ୍କୁ ରେକର୍ଡ ବ୍ୟବଧାନରେ ଜିତେଇବାକୁ ନୂଆପଡ଼ା ବାସୀଙ୍କୁ ନିବେଦନ କରିଛନ୍ତି ।

ଆଜି ସକାଳେ ନୂଆପଡା ସହରର ଗାୟତ୍ରୀ ମନ୍ଦିର ଛକଠାରୁ ଏକ ଖୋଲା ଗାଡ଼ିରେ ସାଂସଦ ଶ୍ରୀ ପଣ୍ଡା ବାହାରି ଏକତା ଛକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ରେ ଯୋଗ ଦେଇ ନୂଆପଡା ବାସୀଙ୍କୁ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ,ଏକତା ଛକରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝିଙ୍କ ପ୍ରତିମୁର୍ତି ରେ ମ୍ୟାଲାପଣ କରିବା ସହିତ ଏକ 'ଚାଏ ପେ ଚର୍ଚା' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାର୍ଥି ଶ୍ରୀ ଜୟ ଢୋଲକିଆ ,ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ,ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ,ଜ଼ିଲ୍ଲା ସଭାପତି କମଲେସ ଦୀକ୍ଷିତ ,ପ୍ରସନ୍ନ ପାଢ଼ୀ ,ଯୁବନେତା ଅଭିନନ୍ଦନ ପଣ୍ଡା ଙ୍କ ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ଏହା ପରେ କୋମନା ବ୍ଲକ ର ଉଦ୍ୟାନ ବନ୍ଧ ଠାରେ ଏକ ରୋଡ ସୋ ରେ ଯୋଗ ଦେଲା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବୁଦ୍ଧି କୋମନା ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା, ବୁଦ୍ଧି କୋମନା ଠାରେ ଏକ ବିଶାଳ ଜନସଭା କୁ ସମ୍ବଧିତ କରି ନୂଆପଡ଼ାକୁ ଡବଲ ଇଂଜିନ ସରକାର ସହ ଯୋଡି ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କର ଏକ ବିକଶିତ ନୂଆପଡା ର ସ୍ୱପ୍ନକୁ ସାକାର କରିବାକୁ ନିବେଦନ କରିଥିଲେ ।

ଏହି ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଥି କୁ ପଦ୍ମ ଚିହ୍ନ ରେ ବହୁ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ହାତ ମୁଠାକୁ ମଜଭୁତ କରିବା ସହ ନୂଆପଡାର ସାମଗ୍ରିକ ବିକାଶ ପାଇଁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ବିଧାୟକ ଫକୀର ନାୟକ, ଦୁର୍ଗା ପ୍ରସନ୍ନ ନାୟକ, ବରିଷ୍ଠ ନେତା ବସନ୍ତ ପଣ୍ଡା ,ଜ଼ିଲ୍ଲା ସଭାପତି କମଲେସ ଦୀକ୍ଷିତ ,ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande