ନୂଆପଡା ର ଜାମପାଲ୍ଲୀରେ ବିଜେପିର ଆଦିବାସୀ ବଂଞ୍ଜାରା ସମାଜ ସମ୍ମିଳନୀ
ଆଦିବାସୀଙ୍କୁ ଅଧିକ ସମ୍ମାନ, ସଶକ୍ତ, ସ୍ଵୀକୃତି ଓ କ୍ଷମତା ଦେଇଛି ବିଜେପି : କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ - ନୂଆପଡ଼ାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଜିତାଇବା ନୂଆପଡ଼ାବାସୀଙ୍କୁ କଲେ ଅନୁରୋଧ । - ବିଜେପି ସରକାର ଆସିବା ପରେ ପ୍ରଥମ ଥର ଆଦି
ନୂଆପଡା ର ଜାମପାଲ୍ଲୀରେ ବିଜେପିର ଆଦିବାସୀ ବଂଞ୍ଜାରା ସମାଜ ସମ୍ମିଳନୀ


ଆଦିବାସୀଙ୍କୁ ଅଧିକ ସମ୍ମାନ, ସଶକ୍ତ, ସ୍ଵୀକୃତି ଓ କ୍ଷମତା ଦେଇଛି ବିଜେପି : କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

- ନୂଆପଡ଼ାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଜିତାଇବା ନୂଆପଡ଼ାବାସୀଙ୍କୁ କଲେ ଅନୁରୋଧ ।

- ବିଜେପି ସରକାର ଆସିବା ପରେ ପ୍ରଥମ ଥର ଆଦିବାସୀ ମନ୍ତ୍ରାଳୟ ଗଠନ ହୋଇଥିଲା ।

ନୂଆପଡ଼ା / ଭୁବନେଶ୍ୱର, 02 ନଭେମ୍ବର (ହି.ସ.) - ଆମେ ଆଦିବାସୀ ପ୍ରାର୍ଥୀ କରିଛୁ ବୋଲି ଆଜି ତଥାକଥିତ ଆଦିବାସୀ ବିରୋଧୀ କଂଗ୍ରେସ କହୁଛି । କିନ୍ତୁ ସେହି କଂଗ୍ରେସ ଦଳ 50 ବର୍ଷ ଧରି ଶାସନରେ ଥିବା ସତ୍ୱେ ଆଦିବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରାଳୟ ଖୋଲି ପାରିଲେ ନାହିଁ। ବିଜେପି ସରକାର ଆସିବା ପରେ ପ୍ରଥମ ଥର ଆଦିବାସୀ ମନ୍ତ୍ରାଳୟ ଗଠନ ହୋଇଥିଲା । ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଓଡ଼ିଆ ଆଦିବାସୀ ଝିଅ ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ରାଷ୍ଟ୍ରପତି କରିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ ହେଲା, ସମୁଦାୟ ୩୩ ରୁ ୧୮ ଜଣ ଆଦିବାସୀ ସଂପ୍ରଦାୟର ବିଧାୟକ ହେଲେ । ମୁଖ୍ୟମନ୍ତ୍ରୀ ଭାବେ ଜଣେ ଆଦିବାସୀ ବର୍ଗର ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ହେଲେ । କଂଗ୍ରେସ ଅମଳରେ ଶ୍ରୀ ଗିରିଧାରୀ ଗମାଙ୍ଗ ଯଦିଓ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କୁ ସରକାର ଚଲେଇ ଦେଲେ ନାହିଁ। ଏହା ହିଁ କଂଗ୍ରେସର ଆଦିବାସୀ ବିରୋଧୀ ମାନସିକତାର ସର୍ବଶ୍ରେଷ୍ଠ ପରିଚୟ ଥିଲା ବୋଲି ଶ୍ରୀ ଓରାମ କହିଛନ୍ତି ।

ମୁଁ କେନ୍ଦ୍ରମନ୍ତ୍ରୀ ହୋଇପାରେ, କିନ୍ତୁ ମୁଁ ବି ଆପଣଙ୍କ ପରି ଜଣେ ଆଦିବାସୀ ଲୋକ । ଆଦିବାସୀଙ୍କୁ ଅଧିକ ସମ୍ମାନ, ସଶକ୍ତ, ସ୍ଵୀକୃତି ଓ କ୍ଷମତା ଦେଇଛି ବିଜେପି । ନବୀନ ବାବୁଙ୍କୁ ରାଜ୍ୟବାସୀ ବହୁତ ଦିନ ଧରି କ୍ଷମତା ଦେଲେ। ଆଉ ନୁହେଁ। ସେ ଯେତେଥର ଆସିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀ ଓରାମ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋମନା ବ୍ଲକ ର ଜାମପାଲ୍ଲୀରେ ବିଜେପିର ଆଦିବାସୀ ବଂଞ୍ଜାରା ସମାଜ ସମ୍ମିଳନୀରେ ଯୋଗ ଦେଇ ନୂଆପଡ଼ାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଜିତାଇବା ପାଇଁ ଶ୍ରୀ ଓରାମ ନୂଆପଡ଼ାବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବରିଷ୍ଠ ନେତା ଖମା ସିଂ ମଝି ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande