ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ମାଡି ବସିଲା ମାଲକାନଗିରି ଜିଲ୍ଲା ପୋଲିସ
ମାଲକାନଗିରି, ୨ ନଭେମ୍ବର (ହି.ସ.) - ନିକଟରେ ରିଲିଜ ହୋଇଥିବା ବଲିଉଡ ମୁଭି ଘାଟି ସିନେମା ଷ୍ଟାଇଲରେ ୮ଟି ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ମାଡି ବସିଥିଲା ମାଲକାନଗିରି ଜିଲ୍ଲା ପୋଲିସ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରୁ ତରଳ ଗଞ୍ଜେଇର ଚୋରା ଚାଲାଣ କରାଯାଉ
ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା


ମାଲକାନଗିରି, ୨ ନଭେମ୍ବର (ହି.ସ.) - ନିକଟରେ ରିଲିଜ ହୋଇଥିବା ବଲିଉଡ ମୁଭି ଘାଟି ସିନେମା ଷ୍ଟାଇଲରେ ୮ଟି ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ମାଡି ବସିଥିଲା ମାଲକାନଗିରି ଜିଲ୍ଲା ପୋଲିସ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରୁ ତରଳ ଗଞ୍ଜେଇର ଚୋରା ଚାଲାଣ କରାଯାଉଥିଲା । ୬୦ କିଲୋଗ୍ରାମ ତରଳ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି ।ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସ.ଆର ଛକ ନିକଟରେ ପୋଲିସ ଏହି ତରଳ ଗଞ୍ଜେଇ ଜବତ କରିଛ । ମୋଟ ୬୦ କିଲୋଗ୍ରାମ ଗାଢ଼ ତରଳ ପଦାର୍ଥ ଯାହା ଗଞ୍ଜେଇର ତୀବ୍ର ଗନ୍ଧ ବାହାର କରେ ତାହା ହେଉଛି ତରଳ ଗଞ୍ଜେଇ । ଓଡିଶା ପୋଲିସ ହାତରେ ପ୍ରଥମ ଥର ପାଇଁ ଏହି ତରଳ ଗଞ୍ଜେଇ ଧରା ପଡିଛି । ଚିତ୍ରକୋଣ୍ଡା ଥାନା ଅଂଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଆଠ ଜଣ ବ୍ୟକ୍ତି ମୋଟର ସାଇକେଲ ସହିତ ଏସାର ଛକରେ ଏକତ୍ରିତ ହୋଇ ଆନ୍ଧ୍ର ପ୍ରଦେଶର ଜଣେ ମାଫିଆ ଙ୍କୁ ଏହି ଚୋରା ତରଳ ଗଞ୍ଜେଇ ଚାଲା ଣ କରିବା ଅପେକ୍ଷା କରିଥିବା ବେଳେ ଏହାକୁ ମାଡି ବସିଥିଲା ପୋଲିସ । ମାଲକାନଗିରି ପୋଲିସ ପାଇଁ ଏହା ଏକ ବଡ ସଫଳତା ବୋଲି କହିଛନ୍ତି ଏସପି ବିନୋଦ ପାଟିଲ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande