ମାଣ୍ଡିଆ ଚାଷରେ ଲାଭକୁ ଦେଖି ବଢୁଛି ଚାଷୀଙ୍କ ଆଗ୍ରହ
ମାଣ୍ଡିଆ ଚାଷରେ ଲାଭକୁ ଦେଖି ବଢୁଛି ଚାଷୀଙ୍କ ଆଗ୍ରହ
ମାଣ୍ଡିଆ ଚାଷରେ  ଲାଭକୁ ଦେଖି ବଢୁଛି  ଚାଷୀଙ୍କ ଆଗ୍ରହ


ସମ୍ବଲପୁର, ୦୨ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳର ହାତ ଗଣତି ଚାଷୀ ମାଣ୍ଡିଆ ଚାଷ କରୁଥିବାବେଳେ, ଗତ ତିନି ବର୍ଷ ହେବ ଶଗଡେଶ୍ୱର ଏଗ୍ରୋ ପ୍ରୋଡ୍ୟୁସର କମ୍ପାନୀ ଦ୍ଵାରା ସଚେତନତା ଏବଂ ସମ୍ବଲପୁର ସମନ୍ୱିତ ବିକାଶ ପ୍ରତିଷ୍ଠାନ (ସିଡି) ତତ୍ତ୍ୱାବଧାନରେ ଜୋର୍ ଧରିଛି ମାଣ୍ଡିଆ ଚାଷ। ମାଣ୍ଡିଆ ସାଧାରଣ ପଡ଼ିଆ ଢିପ ଜମି ଏବଂ ସ୍ୱଳ୍ପ ବୃଷ୍ଟିପାତ ରେ ହୋଇଥାଏ ଏବଂ ଏହି ଚାଷ ରେ ରାସାୟନିକ ସାରର ବ୍ୟବହାର ମଧ୍ୟ କମ ହୋଇଥାଏ। ଖରିଫ୍ ଋତୁରେ ମାଣ୍ଡିଆ ଏକର ପିଛା ୫ ରୁ ୬ କ୍ୟୁଣ୍ଟାଲ ଅମଳ ହେଉଥିବା ବେଳେ ରବି ଚାଷ ରେ ୮ ରୁ ୧୦ କ୍ୟୁଣ୍ଟାଲ ଅମଳ ହେଉଥିବା ଚାଷୀ ପ୍ରକାଶ କରିଛନ୍ତି। ସେହିପରି ମାଣ୍ଡିଆ କିଣାବିକା ପାଇଁ ସରକାର ମଣ୍ଡି ବ୍ୟବସ୍ଥା କରିଥିବା ରୁ ଚାଷୀ ସହଜରେ ବିକ୍ରୀ କରିପାରୁଛନ୍ତି। ମାଣ୍ଡିଆ କିଣାବିକା ଦାୟିତ୍ଵ ଶଗଡେଶ୍ୱର ଏଗ୍ରୋ ପ୍ରୋଡ୍ୟୁସର କମ୍ପାନୀ ନେଇଥିବା ବେଳେ ଚାଷୀ ସୁରୁଖୁରୁରେ ବିକ୍ରୀ କରୁଥିବାର ପ୍ରକାଶ କରିଛନ୍ତି।ଗତ ବର୍ଷ ମାଣ୍ଡିଆ କ୍ୟୁଣ୍ଟାଲ ପିଛା ୪୫୦୦ ଶହ ଥିବା ବେଳେ ଚଳିତ ବର୍ଷ ସରକାର ପରିବର୍ଦ୍ଧିତ କରି ୪୮୮୬ ଶହ କୁ ବୃଦ୍ଧି କରିଛନ୍ତି। ତେବେ ସ୍ୱଳ୍ପ ବୃଷ୍ଟିପାତ ଏବଂ କମ ଖର୍ଚ୍ଚ କରି ଅଧିକ ଅମଳ ହେଉଥିବା ରୁ ମାଣ୍ଡିଆ ଚାଷ ପାଇଁ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande