
ଭଦ୍ରକ, ୨ ନଭେମ୍ବର (ହି.ସ.) - ଆଜି ଭଣ୍ଡାରିପୋଖରୀ କଲେଜ ପରିସରରେ ଚାଲିଥିବା ଜିଲ୍ଳାସ୍ତରୀୟଜାତୀୟ ସେବା ଯୋଜନା ର ଯୁବ ନେତୃତ୍ୱ ସୃଷ୍ଟି ଶିବିରର ଦ୍ୱିତୀୟଦିନରେ ସ୍ୱେଚ୍ଛାକୃତ ଭାବେ ଦୁଇ ଅଧିକାରୀ ବ୍ଲକ ର ବିଡ଼ିଓ ଓ ଏସଡିପିଓ ଅତିଥି ଭାବେ ନୁହେଁ ବରଂ ସମ୍ବଳ ଟ୍ରେନର ଭାବେ ଯୋଗ ଦେଇଛନ୍ତି।ଆଜି ସକାଳ ସାତ ଘଟିକା ସମୟରେ ଶିବିର ରେ ଯୋଗ ପ୍ରଶିକ୍ଷକ ଙ୍କ ଦ୍ୱାରା ଶିବିର ଚାଲିଥିବା ବେଳେ ବିଡ଼ିଓ ଦେବଦତ ଦାସ ହଠାତ ପହଂଚି ଜୀବନ ତତ୍ୱ ତଥା ଦିନଚର୍ଯ୍ୟା ର ପ୍ରଥମ ଘଂଟାର ସମୟର ଉପକାରିତା, ପ୍ରଣାମର ଶୈଳୀ, ଆଦି ଉପରେ ଶିବିରାର୍ଥୀ ମାନଙ୍କୁ ଉପାଦେୟ ସୂଚନା ଦେଇଥିଲେ।ଏଥିସହ ବିଭିନ୍ନ ବ୍ୟାୟାମ ନିଜେ କରି ଶିବିରାର୍ଥୀ ମାନଙ୍କୁ ଶିଖାଇ ଥିଲେ। ସେହିପରି ଶିବିର ଚାଲୁଥିବା ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ତ୍ରିଲୋଚନ ସେଠି ଏହି କ୍ୟାମ୍ପ ରେ ସାଇବର ଅପରାଧ ସମ୍ପର୍କିତ ଏକ ସଭା କରିବାକୁ ଇଛା ପ୍ରକଟ କରି ଆଜି ସ୍ଥାନୀୟ ଥାନା ଅଧିକାରୀ କମଳା କାନ୍ତ ଦାସଙ୍କ ସହ ପହଂଚି ଶିବିରାର୍ଥୀ ମାନଙ୍କୁ ଶିକ୍ଷା ଦେଇ ମନ୍ତ୍ର ମୁଗ୍ଧ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ