


ସମ୍ବଲପୁର/ନୂଆପଡା, ୦୨ ନଭେମ୍ବର (ହି.ସ.) ନୂଆପଡ଼ା ଉପନିର୍ବାଚନରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମାରାଥନ ପ୍ରଚାର ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାଦେଇ ମଣ୍ଡଳ ଅନ୍ତଗତ ରଜନା ପଞ୍ଚାୟତର ରଜନା ଗ୍ରାମରେ ପଦଯାତ୍ରା କରିଥିଲେ । ଏହାସହ ଏକ ନିର୍ବାଚନା ସଭାରେ ଯୋଗଦେବା ଆସନ୍ତା ୧୧ ତାରିଖରେ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରିବା ପାଇଁ ଅଚଂଳବାସୀଙ୍କୁ ନିବେଦନ କରିଛନ୍ତି । ଏହାସହ ଡବଲ ଇଞ୍ଜିନ ସରକାରରେ ନୂଆପଡ଼ା ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ । ସେହିପରି ନୂଆପଡ଼ା ବ୍ଲକର ମାଗୁର ପାଣି ଗ୍ରାମରେ ଅନୁଷ୍ଠିତ ଜୀଡ଼ାବିତ ସମାରୋହରେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବାଲେଶ୍ଵର ବିଧାୟକ ମାନସ ଦତ୍ତ, ଅନୁଗୁଳ ବିଧାୟକ ନିଲୁ ଭାଇ ଏବଂ ନୂଆପନାର ଆଞ୍ଚଳିକ ନେତା ଭୈରବ ଭାଇ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାରେ କ୍ରୀଡ଼ା ଓ ଖେଳାଳି ଙ୍କ ଉନ୍ନତି ପାଇଁ ନୂଆପଡ଼ାରେ ଡବଲ ଇଞ୍ଜିନ ସରକାର ଆସିବା ପାଇଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଉପସ୍ଥିତ ଜନସାଧାରଙ୍କୁ ନିବେଦନ କରିଥିଲେ । ଠିକ ସେହିପରି ବଞ୍ଜାରୀ ମଣ୍ଡଳର ଲଖନା ପଞ୍ଚାୟତରେ ବିଧାୟକ ଟଙ୍କଧର ତ୍ରିପାଠୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବା ସହ ସମୀକ୍ଷା କରିଥିଲେ । ଏହି ଅବସରରେ ଲଖନା ପଞ୍ଚାୟତରେ ଯେପରି ବିଜେପି ପ୍ରାର୍ଥୀ ବିଜୟୀ ହେବେ ସେ ନେଇ ସମସ୍ତ ଦଳୀୟ କର୍ମୀ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେହିପରି ଲଖନା ପଞ୍ଚାୟତରେ ଝାରସୁଗୁଡ଼ା ବିଧାୟକ ପଦଯାତ୍ରା କରିଥିଲେ । ଏହାସହ ଲଖନା ପଞ୍ଚାୟତର ୱାର୍ଥ ନଂ ୫ ସାଲେପଡ଼ାରେ ଏକ ନିର୍ବାଚନା ରେ ଯୋଗଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବା ସହ ଆସନ୍ତା ୧୧ ତାରିଖରେ ହେବାକୁଥିବା ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ