ଷ୍ଟେଟ ପାରା ସ୍ବିମିଂରେ କେନ୍ଦୁଝରର ୪ଜଣ ପଦକ ପାଇ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ
କେନ୍ଦୁଝର, 2 ନଭେମ୍ବର (ହି.ସ.) କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଅକ୍ଟୋବର ୨୫-୨୬ରେ ଓଡ଼ିଶା ଷ୍ଟେଟ ପାରା ସ୍ବିମିଂ ଚାମ୍ପିଅନସିପ ୨୦୨୫ରେ କେନ୍ଦୁଝର ଜିଲ୍ଲାରୁ ୪ଜଣ ପଦକ ବିଜୟୀ ହୋଇଛନ୍ତି। ଅଭିଷେକ ପ୍ରଧାନ ଝୁମ୍ପୁରା ବ୍ଲକ, ବାଳିବନ୍ଧ ସ୍ବର୍ଣ୍ଣ ପଦକ ଜିତିଛନ୍ତି, ଭାନୁମତୀ ବେହେରା, ଯୋଡ଼ା ୨
ଷ୍ଟେଟ ପାରା ସ୍ବିମିଂରେ କେନ୍ଦୁଝରର ୪ଜଣ ପଦକ ପାଇ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ


କେନ୍ଦୁଝର, 2 ନଭେମ୍ବର (ହି.ସ.) କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଅକ୍ଟୋବର ୨୫-୨୬ରେ ଓଡ଼ିଶା ଷ୍ଟେଟ ପାରା ସ୍ବିମିଂ ଚାମ୍ପିଅନସିପ ୨୦୨୫ରେ କେନ୍ଦୁଝର ଜିଲ୍ଲାରୁ ୪ଜଣ ପଦକ ବିଜୟୀ ହୋଇଛନ୍ତି।

ଅଭିଷେକ ପ୍ରଧାନ ଝୁମ୍ପୁରା ବ୍ଲକ, ବାଳିବନ୍ଧ ସ୍ବର୍ଣ୍ଣ ପଦକ ଜିତିଛନ୍ତି, ଭାନୁମତୀ ବେହେରା, ଯୋଡ଼ା ୨ ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି, ଅଭୟ କୁମାର ଜେନା କେନ୍ଦୁଝର ସହର, ଜଗନ୍ନାଥପୁର ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି ଏବଂ ବିକ୍ରମାଦିତ୍ୟ ଜେନା ଘଷିପୁରା ବ୍ଲକ ପଣ୍ଡୁଆ ଆଉ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି ।ଏମାନେ ସମସ୍ତେ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଛନ୍ତି। ସମସ୍ତ ଖେଳାଳି ଆସନ୍ଧା ମଙ୍ଗଳବାର କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇବାକୁ ମନସ୍ଥ କରିଛନ୍ତି ବୋଲି ଖବର ଆସିଛି ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏହି ଦିବ୍ୟାଙ୍ଗ ଖେଳାଳି ମାନେ ପଦକ ବିଜୟୀ ହୋଇ ସୁନାମ ଅଣିଥୁବାରୁ ଅଧୂକ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ଉଠିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande