ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଉତରାଖଣ୍ଡ ଗସ୍ତରେ ଡେରାଡୁନରେ ପହଂଚିଲେ; ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ଵାଗତ କଲେ
ଡେରାଡୁନ, ୨ ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଦିନ ତିନି ଦିନିଆ ଉତରାଖଣ୍ଡ ଗସ୍ତରେ ଡେରାଡୁନରେ ପହଂଚିଛନ୍ତି । ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ ଗୁରମିତ୍ ସିଂହ (ଅବସରପ୍ରାପ୍ତ) ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦେବଭୂମି ଉତରାଖଣ୍ଡରେ ପହଂଚିବା ପରେ ଜଲି ଗ୍ରାଂଟ ବି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଉତରାଖଣ୍ଡ ଗସ୍ତରେ ଡେରାଡୁନରେ ପହଂଚିଲେ; ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ଵାଗତ କଲେ


ଡେରାଡୁନ, ୨ ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଦିନ ତିନି ଦିନିଆ ଉତରାଖଣ୍ଡ ଗସ୍ତରେ ଡେରାଡୁନରେ ପହଂଚିଛନ୍ତି । ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ ଗୁରମିତ୍ ସିଂହ (ଅବସରପ୍ରାପ୍ତ) ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦେବଭୂମି ଉତରାଖଣ୍ଡରେ ପହଂଚିବା ପରେ ଜଲି ଗ୍ରାଂଟ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ଶକ୍ତି, ସମୃଦ୍ଧ ସଂସ୍କୃତି, ସାହସ, ବୀରତ୍ୱ ଏବଂ ଗୌରବମୟ ପରମ୍ପରାରେ ପରିପୂର୍ଣ୍ଣ ଦେବଭୂମି ଉତରାଖଣ୍ଡ ରାଜ୍ୟ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀର ଐତିହାସିକ ଅବସରରେ ରାଷ୍ଟ୍ରପତିଙ୍କ ଆଗମନ ଉତରାଖଣ୍ଡର ସମସ୍ତ ଲୋକଙ୍କ ପାଇଁ ଗର୍ବ ଏବଂ ସମ୍ମାନର ମୁହୂର୍ତ । ବିଧାନସଭା ବାଚସ୍ପତି ଋତୁ ଖଣ୍ଡୁରୀ ଭୂଷଣ, ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଜଲି ଗ୍ରାଂଟ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande