
ପିଥୌରାଗଢ଼, ୦୨ ନଭେମ୍ବର(ହି.ସ.) – ରାଜ୍ୟ ସ୍ଥାପନାର ୨୫ ବର୍ଷ ପୂର୍ଣ୍ଣ ହେବା ଅବସରରେ ଆଦି କୈଳାସରେ ଉତରାଖଣ୍ଡର ପ୍ରଥମ ହାଇ ଏଲ୍ଟିଚ୍ୟୁଟ୍ ଅଲ୍ଟ୍ରା ରନ୍ ମାରାଥନ୍ର ଐତିହାସିକ ଆୟୋଜନ କରାଯାଇଛି। ଏହି ଆୟୋଜନ ଉତରାଖଣ୍ଡର ଐତିହାସିକ ଉପଲବ୍ôଧ ରୂପେ ଦର୍ଜ ହୋଇଛି। ଏହା ୬୦ କିଲୋମିଟର ଲମ୍ବା ଅଲ୍ଟ୍ରା ରନ୍ ମାରାଥନ୍ ଆଜି ରବିବାର ଦିନ ଆଦି କୈଳାସରୁ ଆରମ୍ଭ ହୋଇଛି, ଯେଉଁଥିରେ ଦେଶର ୨୨ ରାଜ୍ୟରୁ ୭୦୦ରୁ ଅଧିକ ଧାବକ ଭାଗ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରଥମ ହାଇ ଏଲ୍ଟିଚ୍ୟୁଡ୍ ଅଲ୍ଟ୍ରା ରନ୍ ମାରାଥନ ପାଇଁ ସମସ୍ତ ପ୍ରତିଯୋଗୀ, ଆୟୋଜନକର୍ତା ଏବଂ ସ୍ଥାନୀୟ ନାଗରିକଙ୍କୁ ବଧାଇ ଦେଇ କହିଛନ୍ତି ଯେ ଏହି ଆୟୋଜନ ଉତରାଖଣ୍ଡ ପାଇଁ ଗର୍ବର କ୍ଷଣ ଅଟେ। ଆୟୋଜନ ସମୟରେ ସ୍ଥାନୀୟ ଜନତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ଏବଂ ହଜାର ହଜାର ଲୋକ ଧାବକଙ୍କ ଉତ୍ସାହବର୍ଦ୍ଧନ କରିଛି। କାର୍ଯ୍ୟକ୍ରମରେ ସଚିବ ପର୍ଯ୍ୟଟନ, ଆଇଟିବିପି ଅଧିକାରୀ ଶ, ଜିଲ୍ଲା ପ୍ରଶାସନ, ପୋଲିସ୍ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ଥିଲେ। କେତେକ ଧାବକ ନିଜର ଅନୁଭବକୁ ନେଇ କହିଛନ୍ତି ଯେ, ଆଇଟିବିପି ଏବଂ ଭାରତୀୟ ସେନାର ସହଯୋଗ ଏବଂ ମାର୍ଗଦର୍ଶନ ଅତୁଳନୀୟ ଥିଲା, ଯିଏ ଏହି କଠିନ ରାସ୍ତାରେ ଆୟୋଜନକୁ ସଫଳ ଏବଂ ସୁରକ୍ଷିତ କରିଛନ୍ତି। ପ୍ରତିଯୋଗୀମାନେ ଉତରାଖଣ୍ଡ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଉତ୍କୃଷ୍ଟ ବ୍ୟବସ୍ଥାର ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି