କୂଅରେ ପଡ଼ି ଯୁବତୀର ମୃତ୍ୟୁ
ଜୟପୁର, ୦୨ ନଭେମ୍ବର (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ରାଣୀପୁଟ ଗ୍ରାମର ଏକ କୂଅରେ ପଡି ଯୁବତୀର ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ବିରମା ମୁଦୁଲି(୩୩)। ଆଜି ସକାଳୁ ରାଣୀପୁଟ ଗ୍ରାମର କୂଅ ନିକଟରେ ଶୌଚ କରୁଥିବା ସମୟରେ ହଠାତ ତାଙ୍କ ଗୋଡ ଖସିଯାଇ
କୂଅରେ ପଡ଼ି ଯୁବତୀର ମୃତ୍ୟୁ


ଜୟପୁର, ୦୨ ନଭେମ୍ବର (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ରାଣୀପୁଟ ଗ୍ରାମର ଏକ କୂଅରେ ପଡି ଯୁବତୀର ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ବିରମା ମୁଦୁଲି(୩୩)। ଆଜି ସକାଳୁ ରାଣୀପୁଟ ଗ୍ରାମର କୂଅ ନିକଟରେ ଶୌଚ କରୁଥିବା ସମୟରେ ହଠାତ ତାଙ୍କ ଗୋଡ ଖସିଯାଇଥିଲା। ଫଳରେ ସେ କୂଅ ଭିତରେ ପଡିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ମାନେ ତୁରନ୍ତ ଦମକଳ ବିଭାଗକୁ ଫୋନ କରି ଡାକିବା ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande